Site icon Awaj Media

ଉଡାନ ଯୋଜନାରେ ସାମିଲ ହେଲା ଅମର୍ଦ୍ଦା ଏୟାର ଷ୍ଟ୍ରିପ !!!

Spread the love

ମୟୁରଭଞ୍ଜ ( ଆୱାଜ ମିଡ଼ିଆ ) – ଚନ୍ଦନ କୁମାର ଦାସ : ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେ ଅବସ୍ଥିତ ଅମର୍ଦ୍ଦା ଏୟାର ଷ୍ଟ୍ରିପ . ବ୍ରିଟିଶ ସରକାର ଙ୍କ ଦ୍ଵାରା ୧୯୪୦ ମସିହାରେ ରେ ନିର୍ମିତ ଏହି ଏୟାର ଷ୍ଟ୍ରିପ ଦୀର୍ଘ ବର୍ଷ ଧରି ବ୍ୟବହାର ନ ହେବା ଅଞ୍ଚଳ ର ବୁଦ୍ଧିଜୀବି ମାନଙ୍କୁ ବିଚଳିତ କରୁଥିଲା । ବର୍ତ୍ତମାନ ର ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରରାଜ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ବିଶେଶ୍ୱର ଟୁଡୁ ମହୋଦୟ ଙ୍କ ଉଦ୍ୟମ ଏବଂ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଆଗ୍ରହ ପାଇଁ ଏହା କେନ୍ଦ୍ର ସରକାରଙ୍କ ଉଡାନ ଯୋଜନା ରେ ସାମିଲ ହୋଇପାରିଛି । ବେସାମରିକ ବିମାନ ଚଳାଚଳ ବିଭାଗ ର ଚାରି ଜଣ ଅଧିକାରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ମହୋଦୟ ଅମର୍ଦ୍ଦା ପରିଦର୍ଶନ ରେ ଆସି ପ୍ରାଥମିକ ଅନୁଧ୍ୟାନ କରିଥିଲେ । ମୟୂରଭଞ୍ଜ ବିଜେପି ତରଫରୁ ସମସ୍ତ ଙ୍କୁ ଭବ୍ୟ ସ୍ଵାଗତ ଏବଂ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି କାନ୍ଦ୍ରା ସୋରେନ, ମୟୂରଭଞ୍ଜ ମହାରାଜା ଶ୍ରୀଯୁକ୍ତ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ବିଜେପି ରାଜ୍ୟ ସହରାଞ୍ଚଳ କମିଟି ର ସଂଯୋଜକ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନୀୟ ଥାନା ଆଇଆଇସି ରାସଗୋବିନ୍ଦପୁର , ତହସିଲଦାର ମୋରଡା, ତହସିଲଦାର ରାସଗୋବିନ୍ଦପୁର ଉପସ୍ଥିତ ଥିଲେ ।

Exit mobile version