Site icon Awaj Media

ଜୀବନ ସ୍ରଷ୍ଟା କାର୍ଯ୍ୟକ୍ରମରେ ୪୬ ୟୁନିଟ୍ ରକ୍ତ ସଂଗ୍ରହ ।

Spread the love

କଟକ ସଦର (ଆୱାଜ ମିଡ଼ିଆ) – ଶ୍ରୀକାନ୍ତ ବେଉରା : ଅଗ୍ରଣୀ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ଏବଂ କନ୍ଦରପୁର ସରସ୍ଵତୀ କଳା ପରିଷଦ ମିଳିତ ଉଦ୍ୟମରେ କଟକ ସଦର କନ୍ଦରପୁର ସ୍ଥିତ ଉମାକାନ୍ତ ମଣ୍ଡପ ଠାରେ ଅନୁଷ୍ଠିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ରେ ୪୬ ୟୁନିଟ୍ ରକ୍ତ ସଂଗ୍ରହୀତ ହୋଇଛି । କଟକ କେନ୍ଦ୍ରୀୟ ରକ୍ତ ଭଣ୍ଡାର ସହାୟତାରେ ଏହି କାର୍ଯ୍ୟକ୍ରମ । ଏଥିରେ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ, କବୟିତ୍ରୀ ପ୍ରତିଭା ଶତପଥୀ, ଜୀବନ ବିନ୍ଦୁ ଯାଜପୁର ଜିଲ୍ଲା ସଂଯୋଜକ ଇଂ.ବିମଳ ଚନ୍ଦ୍ର, ପ୍ରଦୀପ୍ତ ମହାଳି, ଦୈତାରୀ ପ୍ରଧାନ, ଅଭିରାମ ସାହୁ, ପ୍ରାଧ୍ୟାପକ କଲିମୁଲ୍ଲା, ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ, ଦୀପକ୍ ସାହୁ, ସୁହାନୀ ସାହୁ, ପ୍ରୀୟାଂଶୀ ସାହୁ, ଶୁଭାକାଂଖୀ ଭୋଇ, ଅର୍ପିତା ରାଉତ, ଇଂ.ଅମୀୟ ପଟ୍ଟନାୟକ, ଇଂ.ବିଶ୍ୱଜିତ୍ ସାହୁ, ପପିନା ବେହେରା, ମନୋରଞ୍ଜନ ସାହୁ, ସତ୍ୟବ୍ରତ ବେହେରା, ଶଶିକାନ୍ତ ଓତା ଏବଂ ଉଭୟ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ପ୍ରମୁଖ ଯୋଗଦେଇ ଶିବିରକୁ ପରିଚାଳନା କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।

Exit mobile version