Site icon Awaj Media

ବାଣପୁରରେ ସ୍ଵାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସ୍ଵାଧୀନତାର ଅମୃତ ମହୋତ୍ସବ , ବାଣପୁରରେ ଦେଶାତ୍ମବୋଧ କବିତା ପାଠୋତ୍ସବ . ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ମନୋଜ୍ଞ ଦେଶାତ୍ମବୋଧକ କବିତା ପାଠୋତ୍ସବ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଐତିହାସିକ ପଲଟଣ ପଡିଆ ସ୍ଥିତ ଛାୟା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ‘ସ୍ଵାଧୀନତାର ଅମୃତ ମହୋତ୍ସବ’ ଅବସରରେ ଏହି କବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏବଂ ଚିଲିକା ସାହିତ୍ୟ ସମାଜର ସହଯୋଗରେ ଏହାକୁ ଆୟୋଜନ କରାଯାଇଥିଲା । ଆୟୋଜିତ ସମାବେଶରେ ଚିଲିକା ସାହିତ୍ୟ ସମାଜର ସଭାପତି କବି ବାଳମୁକୁନ୍ଦ ଦାସ ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଓ କବି ନୃସିଂହ ପ୍ରସାଦ ମିଶ୍ର, ବିଶିଷ୍ଟ ଗାଳ୍ପିକ ଶିବ ମିଶ୍ର, ଗବେଷକ ଓ ଅଧ୍ୟାପକ ଡ଼ଃ ସତ୍ୟ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ । ଦେଶାତ୍ମବୋଧ କବିତାର ପ୍ରଧାନସ୍ଥଳ ବାଣପୁର ବୋଲି ବର୍ଣ୍ଣନା କରିବା ସହ ପ୍ରଥମ ସ୍ୱାଧୀନତା ସଂଗ୍ରାମର ଏନ୍ତୁଡ଼ିଶାଳ ବୋଲି ସେମାନେ ଉଲ୍ଲେଖ କରିଥିଲେ । ଉକ୍ତ ପାଠୋତ୍ସବରେ ବ୍ରିଟିଶ ସେନାକୁ ପ୍ରତିହତ କରି ବାଣପୁରକୁ ତିନିଦିନ ପାଇଁ ସହିଦ କୃତିବାସ ପାଟ୍ଟଶାଣୀ ସ୍ଵାଧୀନ ଘୋଷଣା କରିଥିବା କଥା ସ୍ମୃତିଚାରଣ କରାଯାଇଥିଲା । ଶେଷରେ ସାହିତ୍ୟ ପ୍ରାଣ ଅଧ୍ୟାପକ କବି ସଂଗ୍ରାମ କେଶରୀ ସାହୁଙ୍କ ସଂଯୋଜନାରେ ୨୦ ରୁ ଅଧିକ କବି ଓ କବୟିତ୍ରୀ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ ସମ୍ପାଦକ ଅଧ୍ୟାପକ ଲକ୍ଷ୍ମୀଧର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version