Site icon Awaj Media

କେବଳ ସାଇନ ବୋର୍ଡ ରେ ସିମୀତ – “ବେଟି ବଚାଓ ବେଟି ପଢ଼ାଓ” ସ୍ଲୋଗାନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : କେହି ବାସହୀନ ରହିବେ ନାହିଁ , ବେଟି ବଞ୍ଚାଅ ବେଟି ପଢାଅ . ଏପରି ବିଭିନ୍ନ ନାରା ଦେଉଛନ୍ତି ସରକାର . ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନାରାବାଜି କେବଳ ସରକାର ଙ୍କ ଫାଇଲ୍ ଭିତରେ ସୀମିତ । ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନଥିଲେ ପିଲା କଣ ପାଠ ପଢ଼ିବ । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ସଦର ବ୍ଲକ ଠାରୁ ପାଞ୍ଚ କିଲୋମିଟର ଦୂର କାଳିକା ପ୍ରସାଦ ପଞ୍ଚାୟତ ସିପାହୀ ଅସୁରୀଢିପା ଗ୍ରାମ ରେ । ସରକାର ଙ୍କ ଯୋଜନା ଏହି ପରିବାର ପାଇଁ ସାତ ସପନ । ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୈାଡି ଦୈାଡି ଘରଟିଏ ପାଇପାରୁ ନାହାନ୍ତି ଅସୁରୀଢିପା ଗ୍ରାମ ର ହରି ମହାପାତ୍ର । ଘରେ ନାହିଁ ଚାଳ ନାହିଁ କାନ୍ଥ । ବର୍ଷା ରେ ଘରେ ପାଣି ପଶି ଯିବାରୁ କାଦୁଅ ଭିତରେ ରହୁଛନ୍ତି ପରିବାର । ପ୍ରଶାସନ କେବଳ ଜରି ପାଲଟିଏ ଦେଇ ଚୁପ୍ । ହରି ମହାପାତ୍ର ଙ୍କ ସ୍ୱପ୍ନ ପିଲାଙ୍କୁ ପାଠ ପଢାଇ ବଡ ମଣିଷ କରିବ । ଝିଅ ସୁଚିତ୍ରା ୮୧ ପ୍ରତିଶତ ମାର୍କ ରଖି କଲେଜ ଟପ୍ପର କିନ୍ତୁ ଅର୍ଥାଭାବ ଲାଗି ନା ପିଲାକୁ ପାଠ ପଢାଇ ପାରୁଛନ୍ତି ନା ଘର ଖଣ୍ଡିଏ କରି ପାରୁଛନ୍ତି । ଅଯୋଗ୍ୟ ହିତାଧୀକାରୀ ମାନେ ଦୁଇ ଦୁଇଟି ଆବାସ ଯୋଜନା ହାତେଇ ପାରୁଥିବା ବେଳେ ପ୍ରକୃତ ହିତାଧିକାରୀ ଆବାସ ଯୋଜନା ଟିଏ ପାଇବାରୁ ବଞ୍ଚିତ ହେଉଛି । ଯୋଜନା ପ୍ରକୃତରେ କାହାପାଇଁ ?

Exit mobile version