Site icon Awaj Media

ଜନବସତି ଭିତରେ କୁକୁଡ଼ା ଫାର୍ମକୁ ବିରୋଧ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଜନବସତି ଭିତରେ କୁକୁଡ଼ା ଫାର୍ମକୁ ବିରୋଧ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ . ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ କାକୁଡିଭାଗ ପଞ୍ଚାୟତର ଇଚ୍ଛାପୁର ଗ୍ରାମବାସୀ ମାନେ ଉକ୍ତ ଗ୍ରାମର ବରୁଣ ରାଉତ ନାମକ ବ୍ୟକ୍ତି ବିରୋଧରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଉକ୍ତ ଗ୍ରାମର ବରୁଣ ନାମକ ବ୍ୟକ୍ତି ଜଣଙ୍କ ଗ୍ରାମ ମଧ୍ୟରେ ଏକ କୁକୁଡ଼ା ଫାର୍ମ କରିଛନ୍ତି । ଉକ୍ତ ଫାର୍ମର ଚତୁଃପାଶ୍ୱର୍ରେ ଲୋକମାନେ ଘରକରି ରହୁଥିବାରୁ ଏହାର ପ୍ରଦୂଷଣ ଦ୍ୱାରା ପ୍ରଦୂଷିତ ହେଉଛନ୍ତି । ଯାହା ଦ୍ୱାରାକି ସେହି ସ୍ଥାନରେ ବସବାସ କରିବା ଲୋକଙ୍କ ପକ୍ଷେ କଷ୍ଟ ସାଧ୍ୟ ହୋଇ ପଡିଛି । ଲୋକମାନେ ଏହାକୁ ବିରୋଧ କରିବାରୁ ଗ୍ରାମର କିଛି ମୁରବି ଶ୍ରେଣୀୟ ବ୍ୟକ୍ତିମାନଙ୍କୁ ମଦ୍ୟପାନ କରାଇ ଲୋକଙ୍କୁ ଗାଳିଗୁଲଜ କରାଇଛି । ଯାହାଦ୍ୱାରା କି ଏହାକୁ ବିରୋଧ କରି ଏବଂ ଦୋଷୀ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମର କେତେକ ମହିଳା ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

Exit mobile version