Site icon Awaj Media

ଗରୀବ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ଗରୀବ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ . ନୁଆଗାଁ ପଞ୍ଚାୟତ ସମିତି ରେ ନିଜେ ଉପସ୍ଥିତ ରହି ଲୋକଙ୍କୁ ଭତ୍ତା ବାଣ୍ଟିଲେ ଦଶପଲ୍ଲା ବିଧାୟକ । ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ୍ ଠାରେ ବିଭିନ୍ନ ବର୍ଗର ଲୋକଙ୍କୁ ଭତ୍ତା ବଣ୍ଟନ କରାଯାଇଛି । କାର୍ଯ୍ୟକ୍ରମକୁ ନୁଆଗାଁ ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ନାୟକ ଏବଂ ନୁଆଗାଁ ବ୍ଳକ୍ ଅଧକ୍ଷ୍ୟ ଅନ୍ତର୍ଯ୍ୟାମୀ ସ୍ୱାଇଁ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ . ଏହି ଅବସରରେ ନୂଆଗାଁ ବ୍ଳକ୍ ଉପାଧ୍ୟାକ୍ଷା ପୁଷ୍ପାଞ୍ଜଳୀ ସାହୁ , କନ୍ଧମାଳ ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ସାସମଲ ପ୍ରମୁଖ ଉପସ୍ଥିତ ରହିଥିଲେ . କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗଙ୍କୁ ତିନି ଚକିଆ ସାଇକେଲ ବଣ୍ଟନ କରାଯାଇଛି । ବ୍ଳକ୍ ର ସମସ୍ତ କର୍ମଚାରୀ ଏବଂ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟ ଯୋଗ ଦେଇଥିଲେ । ନୂଆଗାଁ ରୁ ସଞ୍ଜୀବ କୁମାର ଡାକୁଆ ଙ୍କ ରିପୋର୍ଟ ଆୱାଜ ମିଡ଼ିଆ

Exit mobile version