Site icon Awaj Media

ଜିଆରଏସ ଙ୍କ ବଦଳି ରୋକିବାକୁ ଜିଲ୍ଲାପାଳଙ୍କୁ ଗୁହାରୀ କଲେ ଗ୍ରାମବାସୀ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : କାର୍ଯ୍ୟରତ ଜିଆରଏସ ଙ୍କ ବଦଳି ରୋକିବାକୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ . ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ମଧୁସାହୁପାଟଣା ପଞ୍ଚାୟତରେ କାର୍ଯ୍ୟରତ ଜିଆରଏସ ଙ୍କ ବଦଳି ରୋକିବା ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କ ଭେଟି ଦାବୀପତ୍ର ପ୍ରଦାନ କରିଛନ୍ତି । ଗ୍ରାମର କିଛି ମୁଷ୍ଟିମେୟ ବ୍ୟକ୍ତି ବିଶେଷ ନିଜର ସ୍ୱାର୍ଥ ହାସଲ ହୋଇ ନପାରିବାରୁ ରାଜନୈତିକ ଚାପ ପକାଇ ଜିଆରଏସ ଙ୍କୁ ଅନ୍ୟତ୍ର ବଦଳି କରାଇ ଦେଇଛନ୍ତି । କିନ୍ତୁ ଗ୍ରାମବାସୀଙ୍କର କହିବା ଅନୁଯାୟୀ କାର୍ଯ୍ୟରତ ଜିଆରଏସ ଜଣଙ୍କ ଜଣେ ଭଦ୍ର, ସରଳ, ସାହାଯ୍ୟକାରୀ ବ୍ୟକ୍ତି ଅଟନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଏହିଭଳି ଭାବେ କିଛି ବ୍ୟକ୍ତି ବିଶେଷ ପୂର୍ବରୁ ଉକ୍ତ ଗ୍ରାମର କାର୍ଯ୍ୟରତ ଭିଏଲଡବ୍ଲୁ ଙ୍କୁ ମଧ୍ୟ ନିଜ ହାତର କୁଶ ପିତୁଳା କରି ନଚାଇବାକୁ ଚାହିଁଥିବା ବେଳେ ତାହା ହୋଇ ନପାରିବାରୁ ତାଙ୍କୁ ମଧ୍ୟ ବଦଳି କରାଇ ଦେଇଥିଲେ । ତେଣୁ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଜିଲ୍ଲାପାଳ ଏହାର ଉଚିତ ତଦନ୍ତ କରି ବଦଳିକୁ ରୋକିଲେ ଗ୍ରାମବାସୀ ବୃନ୍ଦ ଉପକାର ପାଇ ପାରିବେ ପ୍ରକାଶ କରିଛନ୍ତି ।

Exit mobile version