Site icon Awaj Media

ପାରଳା ସହରରେ ମାଛ ମାଂସ ଦୋକାନ କୁ ଲଗାମ ନାହିଁ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ମାଛ ମାଂସ ବଜାର ଥାଇ ସୁଦ୍ଧା ସହରର ବିଭିନ୍ନ ଛକ ଓ ସାହିରେ ଛତୁ ଫୁଟିଲା ଭଳି ମାଂସ ଓ ମାଛ ବିକ୍ରି ହେଉଥିବାର ଦେଖିବାକୁ ମିଳୁଛି । ସହରର ଖଞ୍ଜା ସାହି ଛକ ଠାରେ ମାଛ ମାଂସ ଦୋକାନ ରାସ୍ତା କଡରେ ଖୋଲାଯାଇ ବିକ୍ରି ହେଉ ଥିବାରୁ ଯାତାୟାତରେ ଅସୁବିଧା ହେଉଛି । ସେହିପରି ନିଲାମା ମନ୍ଦିର ନିକଟରେ ରାସ୍ତା କଡରେ ମାଛ ବିକ୍ରି ହେଉଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ନୂଆ ବସଷ୍ଟାଣ୍ଡ କଲେଜ ଯିବା ରାସ୍ତାରେ ମାଛ ବିକ୍ରୀ ହେଉଥିବା ଦେଖିବାକୁ ମିଳିଛି ।ସହରର ଶିକ୍ଷା ଅନୁଷ୍ଠାନ ଓ ମନ୍ଦିର ନିକଟରେ ମାଛ ମାଂସ ବିକ୍ରି କରିବା କେତେ ଯୁକ୍ତିଯୁକ୍ତ ତାହା ଜନ ସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସହରର ବିଭିନ୍ନ ଛକ ଓ ସାହିରେ କୁକୁଡ଼ା ଛେଳି ମାଂସ ଦୋକାନ ଖୋଲା ଯାଉଛି , ଏଥିପ୍ରତି ଅଙ୍କୁଶ ନ ଥିବାରୁ ଛତୁ ଫୁଟିଲା ଭଳି ଦୋକାନ ଖୋଲା ଯାଉଛି । ମାଂସ ଦୋକାନକୁ ବିଭାଗୀୟ ପକ୍ଷରୁ ଚେକିଙ୍ଗ କରା ଯାଉଛି କି ନାହିଁ ତାହା ଜନ ସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବର୍ତ୍ତମାନ କରୋନା ସମୟରେ ମାଛ ମାଂସ ବିକ୍ରି କରୁଥିବା ବ୍ୟବସାୟୀ ମାସ୍କ ଗ୍ଲୋବସ ପିନ୍ଧିବା ନିହାତି ଆବଶ୍ୟକ , ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ତଦାରଖ କରିବା ଆବଶ୍ୟକ ରହିଛି । ଏହି ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଓ ସହରରେ ଗୋଟିଏ ଜାଗାରେ ମାଛ ମାଂସ ବଜାର କରି ବିକ୍ରି ବଟା କଲେ ପରିମଳ ବ୍ୟବସ୍ଥା ରେ ସୁଧାର ଆସିବା ସହିତ ଟ୍ରାଫିକ ସମସ୍ୟା କମ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Exit mobile version