Site icon Awaj Media

ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ରୀନା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜି ଦିନର ତାତ୍ପର୍ଯ୍ୟ ସମ୍ପର୍କରେ ଉଦବୋଧନ ଦେଇ କହିଥିଲେ ଯେ , ଛାତ୍ର ଜୀବନର ଉତ୍କଷ୍ଟ ସମୟକୁ ତ୍ୟାଗ ଓ ସେବା ମନୋଭାବରେ ଉତ୍ସର୍ଗ କରିବା ଆବଶ୍ୟକ . ସ୍ୱେଚ୍ଛାସେବୀ ମାନେ ସମାଜ ପ୍ରତି ସଚେତନ ହେବା ସହ ସମାଜରୁ ଅନ୍ଧ ବିଶ୍ୱାସ, କୁସଂସ୍କାର ଦୂର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବା ଆବଶ୍ୟକ ।

ସେହି ଭଳି ଜାତୀୟ ସେବା ଯୋଜନା ଅଧିକାରୀ ଡକ୍ଟର ଭାରତୀ ପାଣିଗ୍ରାହୀ ନିଜ ଅଭିଭାଷଣରେ କହି ଥିଲେ ଯେ 1969 ମସିହା ସେପ୍ଟେମ୍ବର 24 ତାରିଖରୁ ସାରା ଦେଶରେ ଏହି ଏନଏସଏସ ଦିବସକୁ ଗୁରୁତ୍ୱର ସହ ସମସ୍ତ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପାଳନ କରାଯାଉଛି । ଏହା ଛଡା ସମସ୍ତ ସ୍ୱେଚ୍ଛାସେବୀ ଶିକ୍ଷା ଲାଭ ବ୍ୟତୀତ ସାମୂହିକ ବିକାଶ ଦିଗରେ ଆଗଭର ହେବା ଆବଶ୍ୟକ ବୋଲି ମତ ଦେଇଥିଲେ . ଶେଷରେ ଏନଏସଏସ ଦିବସ ଉପଲକ୍ଷେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତୀ ଛାତ୍ରୀଙ୍କୁ ଅଧ୍ୟକ୍ଷା ପୁରସ୍କୃତ କରିଥିଲେ । ଆଜିର ଏହି ସମସ୍ତ କାର୍ଯ୍ୟକ୍ରମକୁ ରାଜେଶ କୁମାର ପାତ୍ର ଏବଂ ଏଲ . ଅଶୋକ ପରିଚାଳନା କରିଥିଲେ ।

Exit mobile version