ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ସାମାଜିକ ସଂଗଠନ ମାରୁତି ସେନା ତରଫରୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କନ୍ତାରିପାଟ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସବୁଜ ବନୀକରଣ ଓ ସୁସ୍ଥ ସମାଜ ର ବାର୍ତ୍ତା ଦେଇ ଆଗାମୀ ଦିନ ରେ ଏହିପରି କାର୍ଯକ୍ରମ ଜାରି ରଖିବା ପାଇଁ ସମସ୍ତ ସଭ୍ୟ ମନସ୍ଥ କରିଛନ୍ତି । ଆଜିର ଏହି କାର୍ଯକ୍ରମରେ ସଂଗଠନ ର ଜିଲ୍ଲା ସଭାପତି ବିକାଶ ଚନ୍ଦ୍ର ବେହେରା ଏବଂ ଅନ୍ୟ ମାନଙ୍କ ମଧ୍ୟରେ ସୁବ୍ରତ କୁମାର ମହାନ୍ତି, ସର୍ବେଶ୍ଵର ଦାଶ, ସୌଭାଗ୍ୟ ପ୍ରସାଦ ସାମଲ, ସତ୍ୟଜିତ ସ୍ୱାଇଁ , ଅରଜ୍ୟୋତି ମହାନ୍ତି ଏବଂ ସୌମ୍ୟରଞ୍ଜନ ସାମଲ ପ୍ରଭୃତି ଉପସ୍ଥିତ ଥିଲେ ।
ମାରୁତିସେନା ତରଫରୁ ବୃକ୍ଷରୋପଣ !!!

