ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଆଶାକର୍ମୀ ମାନଙ୍କର ଉନ୍ନତି ଓ କାର୍ଯ୍ୟ କୁଶଳତା ରେ ଉନ୍ନତି ଆଣିବା ସକାଶେ ,ସପ୍ତମ ଶ୍ରେଣୀରୁ କମ୍ ଶିକ୍ଷାଗତ ଯୋଗ୍ୟତା ଥିବା ଆଶାକର୍ମୀ ମାନଙ୍କର ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଭିତ୍ତିକ ଉନ୍ନତ ଶିକ୍ଷା ନିମନ୍ତେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଦଶପଲ୍ଲା ଗୋଷ୍ଠୀ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ରଶ୍ମିରଞ୍ଜନ ଭଦ୍ରା ଉଦ୍ଘାଟନ କରିଥିବା ବେଳେ, ପରିଚାଳନା କରିଥିଲେ ବିପିଏମ ତୁଷାର ରଞ୍ଜନ ସାହୁ । ଏହି ପ୍ରଶିକ୍ଷଣ ଶିବିରରେ ଆୟୁଷ ଡାକ୍ତର ଶୁଭଲଷ୍ମୀ ସେଠୀ ଓ ପବ୍ଲିକ ହେଲଥ ଅଫିସର ପୂର୍ଣ୍ଣଚନ୍ଦ୍ର କବି ଦଶପଲ୍ଲା ବ୍ଲକର ୩୦ ଜଣ ଆଶାକର୍ମୀ ମାନଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ ଭିତ୍ତିକ ଶିକ୍ଷା ପ୍ରଦାନ କରିଥିଲେ । ସ୍ୱାସ୍ଥ୍ୟ ଅଧିକାରୀ ପ୍ରଶିକ୍ଷଣ ଦେବା ସଂଗେ ସଂଗେ ସ୍ୱାସ୍ଥ୍ୟ ସଂମ୍ବନ୍ଧୀୟ ଉପଦେଶ ମଧ୍ୟ ଦେଇଥିଲେ । କମ୍ ଶିକ୍ଷାଗତ ଯୋଗ୍ୟତା ଥିବା ଆଶାକର୍ମୀ ମାନେ ଗ୍ରାମାଂଚଳରେ ଜନ ସାଧାରଣଙ୍କ ସହିତ ସଂପର୍କ ସ୍ଥାପନ ସମୟରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଓ ସେଗୁଡିକୁ କିପରି ସମାଧାନ କରିବେ ସେ ସମ୍ବନ୍ଧୀୟ କୈାଶଳ ପ୍ରଦାନ କରିଥିଲେ । ବିଶେଷ କରି ମାତୃ ଶିଶୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା, ତଥ୍ୟ ସଂଗ୍ରହ, ଟୀକାକରଣ, ଶିଶୁ ମାନଙ୍କର ଅସୁସ୍ଥତାର କାରଣ ଚିହ୍ନଟ କରିବା, ମ୍ୟାଲେରିଆ, ଟି.ବି ଓ ଅଣ ସଂକ୍ରମକ ରୋଗ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହରେ ଆଶାକର୍ମୀ ମାନେ ସମ୍ମୁଖୀନ ହେଉଥିବା ଅସୁବିଧା କୁ ଦୂର କରିବା ପାଇଁ ତାଲିମ ପ୍ରଦାନ କରାଯାଇଥିଲା । ଏହି ତାଲିମ କାର୍ଯ୍ୟକ୍ରମ ୪ଦିନ ଧରି ଚାଲିବ ବୋଲି ଡାକ୍ତର ରଶ୍ମିରଞ୍ଜନ ଭଦ୍ରା ସୂଚନା ଦେଇଛନ୍ତି ।
ଆଶାକର୍ମୀ ମାନଙ୍କର ସ୍ୱତନ୍ତ୍ର ତାଲିମ ଶିବିର ଉଦଘାଟିତ !!

