Site icon Awaj Media

ଭାଗିରଥିପୁର ଛକ ଠାରେ ଓଡିଶା ମୋଟର ଚାଳକ ସଂଘ ର ସାଙ୍ଗଠନିକ ବୈଠକ ।

Spread the love

ଛେଣ୍ଡିପଦା ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ଥାନା ଅନ୍ତର୍ଗତ ଭାଗିରଥିପୁର ଛକ ଓଡ଼ିଶା ମୋଟର ଚାଳକ ସଂଘ ଆହ୍ୱାନ କ୍ରମେ ଓଡ଼ିଶା ମୋଟର ଚାଳକ ସଂଘ ଜରପଡା ଆଞ୍ଚଳିକ ଶାଖା ପକ୍ଷରୁ ରବିବାର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜରପଡା ଶାଖା ସଭାପତି କୁନାଲ୍ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା ଯୋଗ ଦେଇଥିଲେ ‌। ତେବେ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ତଥା କାର୍ଯ୍ୟରତ ଥିବା ମୋଟର ଚାଳକ ଅର୍ଥାତ୍ ଡ୍ରାହିବର ମାନଙ୍କ ବିଭିନ୍ନ ସମସ୍ୟା ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ ।ଏ ନେଇ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରିବା ପାଇଁ ମତାମତ ପ୍ରଦାନ କରିଥିଲେ ‌। ସେହିପରି ଏହି ବୈଠକରେ ରାଜ୍ୟ ସଭାପତି ମୁକ୍ତିକାନ୍ତ ଶତପଥି ଯୋଗ ରାଜ୍ୟ ସ୍ତରରେ ଚାଳକ ସଂଘ ଗଠନ କରାଯିବା ଆବଶ୍ୟକତା ଲକ୍ଷ୍ୟ ଉଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ‌ ।

ମୁଖ୍ୟତଃ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଏପରିକି ବିଭିନ୍ନ କ୍ଷେତ୍ରରେ ନିୟୋଜିତ ତଥା କାର୍ଯ୍ୟରତ ଡ୍ରାହିବର ମାନଙ୍କ ସକାଶେ ସରକାରଙ୍କ ପକ୍ଷରୁ ସାମାଜିକ ସୁରକ୍ଷା ଆଇନ ,ଚାଳକ କଲ୍ୟାଣ ପାଣ୍ଠି ଗଠନ ଆଇନ ପ୍ରଣୟନ କରାଯିବା ,ସ୍ୱାସ୍ଥ୍ୟ ବୀମା ପ୍ରଦାନ , ପରିବାରବର୍ଗଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା , ମାଗଣା ଶିକ୍ଷା ସୁବିଧା ପ୍ରଦାନ କରିବା ,୬୦ ବର୍ଷରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ଡ୍ରାହିବର ମାନଙ୍କୁ ମାସିକ ପେନସନ ବ୍ୟବସ୍ଥା କରାଯିବା ଆଦି ଦାବି ଉପରେ ସବିଶେଷ ଭାବେ ଆଲୋଚନା କରିଥିଲେ । ଏ ନେଇ ପ୍ରସ୍ତାବ ଲିପିବଦ୍ଧ କରାଯାଇଥିଲା । ଅପରପକ୍ଷରେ ସଂଘ ଗଠନ ପରିଚାଳନା , ନୂତନ ସଭ୍ୟ ସଂଗ୍ରହ ସାଙ୍ଗକୁ ଅଧିକ ସୁଦୃଢ ତଥା କ୍ରିୟାଶୀଳ କରାଯିବା ନେଇ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ନିଷ୍ପତ୍ତି ନିଆଯାଇଛି ।ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଭାକର ମଲ୍ଲିକ , ଯାଜପୁର ଜିଲ୍ଲା ସମ୍ପାଦକ ଅଶୋକ କୁମାର ସାହୁ , କେନ୍ଦ୍ରାପଡା ଜିଲ୍ଲା ସମ୍ପାଦକ ଅନନ୍ତ ଚରଣ ବିଶ୍ୱାସ ,ବରଗଡ ଜିଲ୍ଲା ସଭାପତି ନିରୋଜ ପୋଡ଼ ଯାଦବ , ଯାଜପୁର ଜିଲ୍ଲା ପ୍ରଭାରୀ ଶେଷଦେବ ପଣ୍ଡା , ବରିଷ୍ଠ ନେତା ଚତୁରା ନାଏକ , ବରିଷ୍ଠ ଡ୍ରାହିବର ଜିତୁ ଗଡ଼ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଏହି ଅବସରରେ ଜରପଡା ଆଞ୍ଚଳିକ ଶାଖା ପରିଚାଳନା କମିଟି ଗଠନ କରାଯାଇଥିଲା । ଏଥିରେ ସର୍ବସମ୍ମତିକ୍ରମେ ସଭାପତି ଭାବେ କୁନାଲ ନାଏକ ,ଉପ ସଭାପତି ସଞ୍ଜୟ କୁମାର ପ୍ରଧାନ , ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ଗଡ଼ନାୟକ ,ସହ ସମ୍ପାଦକ କିଶୋର ପ୍ରଧାନ , କୋଷାଧ୍ୟକ୍ଷ ବିଶ୍ୱାମିତ୍ର ନାୟକ , ସହ କୋଷାଧ୍ୟକ୍ଷ ବିଶ୍ୱଜିତ ପ୍ରଧାନ , ସୁଶାନ୍ତ କୁମାର ଦାସ ପ୍ରମୁଖ ମନୋନୀତ ହୋଇଛନ୍ତି । ଅନ୍ୟ ପକ୍ଷରେ ସଂଘର ସମସ୍ତ ସଦସ୍ୟ ଜରପଡା , ଦୁର୍ଗାପୁର ,କତଡା ଆଦି ପଞ୍ଚାୟତର ସମସ୍ତ ଗ୍ରାମରେ ଏକ ରାଲିରେ ପରିକ୍ରମା କରିଥିଲେ । ଏହି ବୈଠକରେ ଜରପଡା ଅଞ୍ଚଳର ଶତାଧିକ ମୋଟର ଚାଳକ ଯୋଗ ଦେଇଥିଲେ ।

Exit mobile version