Site icon Awaj Media

ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ଉତ୍କଳ ବିକାଶ ପରିଷଦର ଶ୍ରଦ୍ଧାଞ୍ଜଳୀ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଆକସ୍ମିକ ମୃତ୍ୟୁ ଆମକୁ ହତବାକ୍ କରିଛି, ଆମେ ମର୍ମାହତ ବୋଲି ଗଭୀର ଶୋକବ୍ୟକ୍ତ କରିଛନ୍ତି ଉତ୍କଳ ବିକାଶ ପରିଷଦର ସଭାପତି ଯୁବ ସମାଜସେବୀ ସ୍ତମ୍ବକାର ଇଂ.ପ୍ରକାଶ ଚନ୍ଦ୍ର ସେଠୀ । କଟକ ସଦର ମାଟିର ଅଗ୍ରଣୀ ସାମାଜିକ ସଙ୍ଗଠନ ଉତ୍କଳ ବିକାଶ ପରିଷଦ ୪୨ମୌଜା ଶାଖା ପକ୍ଷରୁ ବେଣ୍ଟକାର ଛକଠାରେ ଭାବପୂର୍ଣ୍ଣ ମହମବତୀ ଶୋଭାଯାତ୍ରା କରାଯାଇଥିଲା । ବେଣ୍ଟକାର ଫାଣ୍ଡି ଅଧିକାରୀ ଜୟକୃଷ୍ଣ ବେହେରା, ପରିଷଦର କାର୍ଯ୍ୟକର୍ତ୍ତା ଏବଂ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ଦିବଂଗତ ସାମ୍ବାଦିକ ଅରିନ୍ଦମ ଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ ।

Exit mobile version