Site icon Awaj Media

ଜଗନ୍ନାଥ ମନ୍ଦିରରେ ମାରୁତି ସେନା ପକ୍ଷରୁ ଅରିନ୍ଦମ ଦାସ ଓ ସୀତାରାମ ମୂର୍ମୁଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ସଭା !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା ମାରୁତି ସେନା ପକ୍ଷରୁ କାମାକ୍ଷାନଗର ଜଗନ୍ନାଥ ମନ୍ଦିର ଠାରେ ସାମ୍ବାଦିକ ସ୍ୱର୍ଗତ ଅରିନ୍ଦମ ଦାସ ଏବଂ ଓଡ୍ରାଫ ଜବାନ ସ୍ୱର୍ଗତ ସୀତାରାମ ମୂର୍ମୁଙ୍କ ଅମର ଆତ୍ମାର ସଦଗତି ପାଇଁ ଦ୍ୱୀପଦାନ ସହ ଭଜନ କୀର୍ତ୍ତନ ଏବଂ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ମାରୁତି ସେନାର ଜିଲ୍ଲା ସଭାପତି ବିକାଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରର ବହୁ ବୁଦ୍ଧିଜୀବୀ ,ସମାଜସେବୀ ଯୋଗଦାନ କରିଥିଲେ । କଟକ ମୁଣ୍ଡଳୀ ଠାରେ ମହାନଦୀରେ ହୋଇଥିବା ବୋଟ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓ ଟିଭି ର ସାମ୍ବାଦିକ ଅରିନ୍ଦମ ଦାସ ଏବଂ ଓଡ୍ରାଫ ଟିମର ସଦସ୍ୟ ସୀତାରାମ ମୂର୍ମୁ ଙ୍କ ଅମର ଆତ୍ମାର ସଦଗତି ପାଇଁ ମାରୁତି ସେନା ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଉଭୟଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତାପ ପରିବାରକୁ ସାହସ ଓ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ସମସ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

Exit mobile version