Site icon Awaj Media

ବାଲୁଗାଁ ରେଳ ଷ୍ଟେସନରେ ଶାନ୍ତିପୂର୍ଣ୍ଣ ବିଶାଳ ଗଣଧାରଣା ।

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେଳ ଷ୍ଟେସନରୁ ନିୟମିତ ଯାତାୟତ କରୁଥିବା ଶତାଧିକ ରେଳ ଯାତ୍ରୀ ବାଲୁଗାଁ ରେଳ ଷ୍ଟେସନରେ ଏକତ୍ରୀତ ହୋଇ ଶାନ୍ତିପୂର୍ଣ୍ଣ ଭାବେ ଏକ ବିଶାଳ ଗଣଧାରଣା ଦେଇଥିଲେ. ସୁରେଶ କୁମାର ପ୍ରଧାନ, ସୁଦେଶ କୁମାର ସେଠୀ, ରବି ନାରାୟଣ ଷଡଙ୍ଗୀ, ସମାଜସେବୀ ଅନନ୍ତ ଚରଣ ଖଟେଇ ଙ୍କ ପ୍ରତିନିଧିତ୍ଵରେ ବ୍ରହ୍ମପୁର ରୁ ଯାତାୟତ କରୁଥିବା ସମସ୍ତ ଲୋକାଲ ଟ୍ରେନ୍ ଚଳାଚଳ ତଥା ସବୁ ଟ୍ରେନ୍ ପାଇଁ ଅଣସଂରକ୍ଷିତ ଓ ସିଜନାଲ ଟିକେଟ ପ୍ରଦାନ ଦାବିରେ ଏକ ଦାବିପତ୍ର ବାଲୁଗାଁ ଷ୍ଟେସନ ମାଷ୍ଟର ସୁକାନ୍ତ ସାହୁଙ୍କ ମାଧ୍ୟମରେ ମାନ୍ୟବର ରେଳମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବ ମହାଶୟ ଙ୍କୁ ପ୍ରଦାନ କରାଗଲା. ଗଣଧାରଣା ସମୟରେ ବାଲୁଗାଁ ରେଳ ଷ୍ଟେସନ ର ଆରପିଏଫ ଥାନା ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Exit mobile version