Site icon Awaj Media

ଭୋଦୁଅ କବିତା ଆସର ଅନୁଷ୍ଠିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଓଡ଼ଗାଁର ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦ ତରଫରୁ ଗୁଗୁଲ ମିଟ୍ ମାଧ୍ୟମରେ “ଭୋଦୁଅ ଆସର” ନାମରେ ଏକ କବିତା ଆସର ନୂଆଗାଁ ଓ ଗଣିଆଁର କବି କବୟିତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ପଞ୍ଚାନନ ପଣ୍ଡାଙ୍କ ସଭାପତିତ୍ୱରେ ଅବସରପ୍ରାପ୍ତ ଓଡ଼ିଆ ପ୍ରଫେସର ରାମନାଥ ଦାଶ ଉକ୍ତ କବିତା ଆସରର ମୁଖ୍ୟ ଅତିଥି ଓ ସଂସଦର ପ୍ରତିଷ୍ଠାତା ଲୋକନାଥ ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଉପସଭାପତି ଶରତ ଚନ୍ଦ୍ର ଷଡ଼ଙ୍ଗୀ ଓ ମନୋଜ କୁମାର ନାୟକ, ଆବାହକ ପ୍ରହଲ୍ଲାଦ ବେହେରା, ପ୍ରିୟଦର୍ଶନୀ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥରର କବିତା ଆସରରେ ଗଣିଆ ଓ ନୂଆଗାଁ ବ୍ଲକର କବି କବୟିତ୍ରୀ ମାନଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ କରାଯାଇଥିଲା । ଏହି ଅବସରରେ ଉଭୟ ବ୍ଲକର ମଦନ ମୋହନ ପ୍ରଧାନ, ଆନନ୍ଦ ଚନ୍ଦ୍ର ଦାଶ,ପ୍ରଧାନୀ ବୄନ୍ଦାବନ ମହାପାତ୍ର, ଉତ୍ପଳ କୁମାର ସାହୁ, ସଞ୍ଜୟ କୁମାର ସାହୁ, ବିଶ୍ୱଜିତ ଖଣ୍ଡୁଆଳ,ଧୀରେନ୍ଦ୍ର କୁମାର ସାହୁ,ଅଧ୍ୟାପକ ଚିନ୍ହ କୁମାର ପ୍ରଧାନ,ସ୍ୱର୍ଣ୍ଣଲତା ଦାଶ, ତଅପୋଇ ସେଠୀ,ଶାନ୍ତିଲତା ତ୍ରିପାଠୀ, ଶ୍ରୀଧର ବେହେରା, ପ୍ରଫୁଲ୍ଲ କୁମାର ବାରିକ,ସୁନିଲ କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ଦେବୀ ପ୍ରସାଦ ଦାଶ,ନରେନ୍ଦ୍ର କୁମାର ବେହେରା, ବିଷ୍ଣୁପ୍ରିୟା ପ୍ରଧାନ, ଲକ୍ଷ୍ମୀଧର ବେହେରା, ସୁରେଶ କୁମାର ସାହୁ, ଜିତେନ୍ଦ୍ର କୁମାର ସାହୁ,ସୋମନାଥ ବେହେରା,ଅମୀୟ କୁମାର ଖଣ୍ଡୁଆଳ,ଓ ମନୋରଞ୍ଜନ ସାହୁଙ୍କ ସମେତ ଓଡ଼ଗାଁ ବ୍ଲକର ସନାତନ ମହାକୁଡ଼,ପିନାକୀ ପ୍ରିୟଦର୍ଶିନୀ, ବବିତାରାଣୀ ମହାପାତ୍ର,ସୁରେଶ ଚନ୍ଦ୍ର ପ୍ରଧାନ, ସୁନିଲ ସାହୁ,ତପନ କୁମାର ଷଡ଼ଙ୍ଗୀ ଅଧ୍ୟାପକ ପ୍ରଦୀପ୍ତ କୁମାର ବିଶ୍ୱାଳ,ଅରୁଣ କୁମାର ସାହୁ, ପ୍ରଦୀପ୍ତ କୁମାର ନାୟକ,ରମାକାନ୍ତ ପ୍ରଧାନ ପ୍ରମୁଖ ପ୍ରାୟ ୩୭ ଜଣ କବି କବୟିତ୍ରୀ ଅଂଶଗ୍ରହଣ କରି ସ୍ୱରଚିତ କବିତା ପାଠ କରିଥିଲେ।କବିତା ଗୁଡିକୁ ଅନୁଷ୍ଠାନର ସମ୍ପାଦକ ଭାବଗ୍ରାହୀ ମହାପାତ୍ର ଓ ସହସମ୍ପାଦକ ଯଶୋବନ୍ତ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ସର୍ବଶେଷରେ କୋଷାଧ୍ୟକ୍ଷ ରଞ୍ଜନ କୁମାର ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଇ-ମାନପତ୍ର ପ୍ରଦାନ କରିଥିଲେ।ପ୍ରକାଶ ଥାଉକି ଅନୁଷ୍ଠାନ ତରଫରୁ ପ୍ରତ୍ୟେକ ମାସରେ ବିଭିନ୍ନ ବ୍ଲକର ସାରସ୍ୱତ ସାଧକ ସାଧିକାମାନଙ୍କୁ ନେଇ ଏହି ଭଳି କାର୍ଯ୍ୟକ୍ରମ ଆୟୋଜନ କରି ସମ୍ମାନିତ କରାଯାଇଥାଏ।

Exit mobile version