Site icon Awaj Media

ଉଦ୍ୟାନ ବିଭାଗ ତରଫରୁ ଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟରେ 5 ଟି ମାଧ୍ୟମରେ ସୌନ୍ଦର୍ଯ୍ୟ କରଣ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟରେ 5ଟି ମାଧ୍ୟମରେ ଉଦ୍ୟାନ ବିଭାଗ ତରଫରୁ ଯୁଦ୍ଧ କାଳୀନ ଭିତ୍ତିରେ ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟା ଚାଲୁ ରହିଛି । ଏହି ସ୍କୁଲକୁ ମୁଖ୍ୟମନ୍ତ୍ରୀ ଅନୁଷ୍ଠାନିକ ଭାବେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥି ଯୋଗୁଁ ଉଦ୍ୟାନ ବିଭାଗ ତରଫରୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିର୍ଯୁକ୍ତି ଯୋଜନା ଦ୍ୱାରା ଘାସ ଗାଳିଚା, ପାମ ଜାତୀୟ କ୍ରୋଟନ, ଗୋଲାପ ଇତ୍ୟାଦି ଗଛ ଲଗାଯାଉଛି ।ଏହା ବିଦ୍ୟାଳୟର ସୌନ୍ଦର୍ଯ୍ୟ ଓ ପରିବେଶ କୁ ଦ୍ୱିଗୁଣିତ କରୁଛି।

Exit mobile version