ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଗଜପତି ଗସ୍ତକୁ ସଫଳ ପାଇଁ ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାଧାରାଣୀ କଲ୍ୟାଣ ମଣ୍ଡପ ଠାରେ ଗଜପତି ଜିଲ୍ଲା ବିଜେଡି ସଭାପତି ପଦୀପ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ , ବିଜୁ ଜନତା ଦଳର ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ପାରଳାଖେମୁଣ୍ଡି ରାଜକୁମାରୀ କଲ୍ୟାଣି ଦେବୀ, ଯୁବ ବିଜେଡି ସଭାପତି ଏସ. ଲିଙ୍ଗରାଜ, ବିଜେଡି ନଗର ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ, ବସନ୍ତ ଦାସ, ହାଇଟେକ ଗ୍ରୁପର ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ, ଅନ୍ତର୍ଯ୍ୟାମୀ ଗୋମଙ୍ଗ ପ୍ରମୁଖ ମଞ୍ଚାସିନ ଥିଲେ .
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ସକାଶେ ପ୍ରସ୍ତୁତି ବୈଠକ ଓ ଆଗାମୀ ପଞ୍ଚାୟତ ନିର୍ବାଚନକୁ ତୃଣମୂଳ ସ୍ତରରେ କିପରି ସଙ୍ଗଠନ ସୁଦୃଢ ହେବ ଓ ଗଜପତି ଜିଲ୍ଲାର ଦୁଇଟି ବିଧାନ ସଭା ଆସନରେ ସାଙ୍ଗଠାନିକ ସୁଦୃଢ ହେବା ସହିତ ବିଧାନସଭା ଆସନ ଆଗାମୀ ଦିନରେ ବାଜିମାତ ନେବ ତାହା ଉପରେ ବିଜେଡ଼ିର ସାଙ୍ଗଠାନିକ ସମ୍ପାଦକ ପ୍ରଣବପ୍ରକାଶ ଦାସ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ସମସ୍ତ ବ୍ଳକର ବିଜେଡି କର୍ମୀ ନେତା ଉପସ୍ଥିତ ଥିଲେ ।

