Site icon Awaj Media

ମା ଚର୍ଚ୍ଚିକା ପୀଠରେ ପ୍ରସିଦ୍ଧ ଷୋଳ ପୂଜା ବିଧି ଆରମ୍ଭ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପ୍ରସିଦ୍ଧ ଶକ୍ତିପୀଠ ବାଙ୍କୀର ମା ଚର୍ଚ୍ଚିକା କ୍ଷେତ୍ରରେ ଆରମ୍ଭ ହୋଇଛି ମା ଙ୍କର ଷୋଳ ପୂଜା ବିଧି . ପାର୍ବଣ ରୁତୁ ଆରମ୍ଭରୁ ମା’ଙ୍କ ର ଷୋଳ ପୂଜାବିଧି ଏବଂ ସ୍ୱତନ୍ତ୍ର ବେଶ ଦେଖିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ . ମା ଚର୍ଚ୍ଚିକା ପୀଠରେ ଆଜି ଠାରୁ ଷୋଳ ପୂଜା ଆରମ୍ଭ ହୋଇଥିବା ସମୟରେ ପ୍ରଥମ ଦିନର ବେଶ ଅତ୍ୟନ୍ତ ଆକର୍ଷଣୀୟ ଥିଲା . ଷୋହଳ ଦିନ ଧରି ପ୍ରତିଦିନ ବିଭିନ୍ନ ବେଶ ରେ ସଜ୍ଜିତ ହୋଇଥାନ୍ତି ମା ଚର୍ଚ୍ଚିକା । ତେବେ ଚଳିତ ବର୍ଷ କୋଭିଡ କଟକଣା ଅନୁଯାୟୀ ପୂଜାବିଧି ଏବଂ ଦର୍ଶନ ବ୍ୟବସ୍ଥା କରାଯାଇଥିବାର ମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି ।

Exit mobile version