Site icon Awaj Media

ଦେବେନ୍ଦ୍ର ଶତପଥୀ ସ୍ମାରକୀ କଲେଜର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଛାତ୍ରଛାତ୍ରୀ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଦେବେନ୍ଦ୍ର ଶତପଥୀ ସ୍ମାରକୀ କଲେଜର ଛାତ୍ରଛାତ୍ରୀ ଏବଂ ଅଞ୍ଚଳବାସୀ କଲେଜରେ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିବା ସହ ଏଥି ପ୍ରତି ଦୃଷ୍ଟିଦେବାକୁ ନିବେଦନ କରିଥିଲେ । କଲେଜ ପରିସରରେ ପାନୀୟ ଜଳ ବ୍ୟବସ୍ଥା , ଶୌଚାଳୟ ବ୍ୟବସ୍ଥା, ରାସ୍ତା , ସାଇକେଲ ଷ୍ଟାଣ୍ଡ, ଆକ୍ୱାଗାର୍ଡ ବ୍ୟବସ୍ଥା, ଶ୍ରେଣୀ କକ୍ଷରେ ଫ୍ୟାନ ବ୍ୟବସ୍ଥା ଆଦି ସମସ୍ୟା ନେଇ ଜିଲ୍ଲାପାଳଙ୍କ ଆଗରେ ଦାବୀ ଉପସ୍ଥାପନ କରିଥିଲେ । ଏଥି ସହ କିଛି ଅସାମାଜିକ ବ୍ୟକ୍ତିଙ୍କର କଲେଜ ମଧ୍ୟରେ ଅନାଧିକାର ପ୍ରବେଶ କୁ ଦୃଢ଼ ବିରୋଧ କରିବା ସହ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଢେଙ୍କାନାଳ ସୁରକ୍ଷା ସମିତିର ଆବାହକ ପ୍ରିୟବ୍ରତ ପଟ୍ଟନାୟକ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

Exit mobile version