Site icon Awaj Media

ଦ୍ଵିତୀୟ ତୃତୀୟ ଲହର ମଧ୍ୟରେ ସ୍ଥିତି : ମାସ୍କ ପିନ୍ଧିବାକୁ କଷ୍ଟ ଲାଗୁଛି !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ମହାମାରୀ କରୋନା ର ଦ୍ଵିତୀୟ ଓ ତୃତୀୟ ଲହର ମଧ୍ୟରେ ଏବେ ସ୍ଥିତି . ସଂପୂର୍ଣ୍ଣ ବିପଦ ଟଳିନି . ଅସାବଧାନତା ବଢାଇପାରେ ସଂକ୍ରମଣ . ସରକାର ଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ବିଭାଗ ପର୍ଯ୍ୟନ୍ତ ବାରମ୍ବାର ଏ କଥାକୁ କହୁଥିଲେ ସୁଦ୍ଧା ଅନେକ ସ୍ଥାନରେ ଦେଖିବାକୁ ମିଳୁଛି ଅସାବଧାନତା . ବିଶେଷ କରି ବିଦ୍ୟାଳୟରେ ଏପରି ଖାମଖିଆଲି ପରିସ୍ଥିତି ଆଣିପାରେ ବଡ ବିପଦ . ଡମପଡା ବ୍କକର ତାଳବସ୍ତ ବାଳକ ବିଦ୍ୟାଳୟ ଠାରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୋଷାକ ଉକ୍ତ ବଣ୍ଟନ କାର୍ଯ୍ୟକ୍ରମରେ ସି.ଆର.ସି.ସି ଦିଲ୍ଲୀପ କୁମାର ମହାପାତ୍ର, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଏକାଦଶୀ ବାରିକ୍ , କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ଅମୀୟ କୁମାର ମହାପାତ୍ର, ସହକର୍ମୀ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ପଣ୍ତା ଏବଂ ପ୍ରକାଶ ରଣା ଯୋଗ ଦେଇ ପିଲା ମାନଙ୍କୁ ଦୁଇ ହଳ ପୋଷାକ ସହିତ ଯୋତା ମୋଜା ପ୍ରଦାନ କରିଥିଲେ । କୋଭିଡି ସମୟରେ ବିଦ୍ୟାଳୟରେ ଶିକ୍ଷାଦାନ ବନ୍ଦ ରହୁଥିଲେ ମଧ୍ୟ ସରକାରଙ୍କ ତରଫରୁ ପିଲା ମାନଙ୍କୁ ଖାଦ୍ୟ, ପୋଷାକ ଏବଂ ବହିପତ୍ର ମାଗଣାରେ ଯୋଗାଇ ଦିଆଯାଉଛି । କୋଭିଡ୍ ମହାମାରୀ ସମୟରେ ଆୟୋଜିତ ଉକ୍ତ ଉତ୍ସବରେ କୋଭିଡ୍ ସୁରକ୍ଷା ପାଇଁ ସଚେତନତା ନଥିଲା ପରି ଦୃଶ୍ୟ ସାମନାକୁ ଆସିଛି । ଛାତ୍ରଛାତ୍ରୀ ମାନଙ୍କ ମୁହଁରେ ମାସ୍କ ନ ଥାଇ କାର୍ଯ୍ୟକ୍ରମକୁ ଯାଇଥିଲେ , ହେଲେ ଶିକ୍ଷକ ମାନେ ମଧ୍ୟ ବିନା ମାସ୍କ ରେ ବସିଥିବାର ଦେଖିବାକୁ ମିଳିଥିଲା . କୋଭିଡ କଟକଣା ଉଲ୍ଲଙ୍ଘନ କରି ଏପରି ପୋଷାକ ବଣ୍ଟନକୁ ବୁଦ୍ଧିଜିବୀ ମହଲରେ ସମଲୋଚନା କରାଯାଇଛି ।

Exit mobile version