କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : କରୋନା ମହାମାରୀ ସମୟରେ ବାପା ମାଆଙ୍କୁ ହରାଇଥିବା ୧୮ ବର୍ଷରୁ କମ୍ ଶିଶୁ ମାନଙ୍କ ପାଇଁ ସରକାର ଆଣିଛନ୍ତି ଆର୍ଶୀବାଦ ଯୋଜନା . ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ବିଜିଗୋଳ ଗ୍ରାମ ପଞ୍ଚାୟତ ପରିସରରେ ଥିବା ସିଡିପିଓଙ୍କ କାର୍ଯ୍ୟାଳୟରେ ଏଥିପାଇଁ ଏକ ଶିବିର ଆୟୋଜନ କରାଯାଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୈାରୀଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଏହି ଶିବିର ଆୟୋଜନ କରାଯାଇଥିଲା । ଶିବିରରେ କଣିହାଁ ବ୍ଲକର ଦୂର ଦୂରାନ୍ତରୁ ଆସିଥିବା ୮୦ ଗୋଟି ପରିବାରର ୧୩୨ ଜଣ ଶିଶୁଙ୍କୁ ଆଜି ପଞ୍ଜିକୃତ କରାଯାଇଛି । କଣିହାଁ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଝୁନୁବାଳା ମିଶ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସମସ୍ତ ଶିଶୁମାନଙ୍କର ଆବଶ୍ୟକ କାଗଜପତ୍ର ଯାଞ୍ଚ କରି ସେମାନଙ୍କୁ ପଞ୍ଜିକୃତ କରାଯାଇଛି ।
ଆର୍ଶୀବାଦ ଯୋଜନାରେ ସାମିଲ ପାଇଁ ସିଡିପିଓଙ୍କ କାର୍ଯ୍ୟାଳୟରେ ଶିବିର ଆୟୋଜନ !!!

