Site icon Awaj Media

ପାରମ୍ପରିକ ବୃତ୍ତି ରୁ ମୁଁହ ଫେରାଉଛନ୍ତି ନିପୁଣ କଳାକାର !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଆମ ରାଜ୍ୟର ନିପଟ ପଲ୍ଲୀଗୁଡିକର ସୁଂଦର ପରିବେଶ ମାନଂକରେ କଳା ଆଉ ଭାସ୍କର୍ଯ୍ୟର ପ୍ରତିଛବିମାନ ଉଦ୍ଭାସିତ ହୁଏ । ସେଥିମଧ୍ୟରୁ କିଛି ଲୋକଲୋଚନକୁ ଆସେ ଏବଂ ଆଉ କିଛି ବଣମଲ୍ଲୀ ପରି ମଧ୍ୟ ମଉଳିଯାଆନ୍ତି ।ଅତିତରେ ମାଟିହାଣ୍ତି ଏବଂ ବେତ କାମପାଇଁ ପ୍ରସିଦ୍ଧି ଆଣିଥିବା ବାଂକୀ ଡମପଡା ବ୍କକର ତାଳବସ୍ତ ଗ୍ରାମ ସାଂପ୍ରତ୍ତିକ ସମୟରେ ଅନ୍ୟମାନଂକ ଠାରୁ ବହୁ ପଛରେ ପଡିଛି । ଆଧୁନିକତାର ଚାକଚକ୍ୟ ଭିତରେ ଯୁବଗୋଷ୍ଠି ଆଉ ସେ ପାରଂପରିକ ହସ୍ତଶିଳ୍ପ କଳାରୁ ମୁହଁ ଫେରାଇଲାଣି ।ନିଜ ପାଖରେ ପ୍ରତିଭାଥିଲେ ମଧ୍ୟ ସରକାରଂକ ତରଫରୁ ଉପଯୁକ୍ତ ସାହାଯ୍ୟ ସହଯୋଗ ମିଳୁ ନଥିବାରୁ ପେଟପୋଷିବା ପାଇଁ ଅନ୍ୟଧଂଦାକୁ ଆପଣୋଉଛନ୍ତି । ତଥାପି ସଂସ୍କୃତିର ମାଟିରେ କଳା ବଂଚିଛି ।ସେହି ହଜିଯାଉଥିବା ପାରଂପରିକ ହସ୍ତଶିଳ୍ପୀ କାରୀଗର ମଧ୍ୟରେ ଜଣେ ନିଆରା ପ୍ରତିଭାଦିପ୍ତ ବାଉଁଶ ଶିଳ୍ପୀ ହେଉଛନ୍ତି ତାଳବସ୍ତ ଗ୍ରାମର ଏକାଦଶୀ ବାରିକ୍ । ଛୁଆଟି ବେଳୁ ବହୁ ସଂଘର୍ଷ ପଥଦେଇ ଆଜିପର୍ଯ୍ୟନ୍ତ ଅତିକ୍ରମ କରିଚାଲିଛନ୍ତି । ପୂର୍ବରୁ ଦଳିତ ଜାତିମାନେ ବାଉଁଶରୁ କେବଳ ବୋଝ୍,ପାତିଆ ,କୁଲା ,ଚାଂଗୁଡି କରୁଥିଲେ ।କିଂତୁ ଶ୍ରୀଯୁକ୍ତ ବାରିକ୍ ଆଉ ଦୁଇପାଦ ଆଗେଇ ବାଉଁଶକୁ ଏକ ନୂତନ ଦିଗର ହସ୍ତଶିଳ୍ପକୁ ସାମ୍ନାକୁ ଆଣିଛନ୍ତି ।ସେ ମଧ୍ୟ ଅବସର ସମୟରେ ବୃକ୍ଷରୋପଣ ଏବଂ ସଂକିର୍ତ୍ତନ ଗାୟକ ଭାବେ ଉଭୟ ସାମାଜିକ ଓ ସାଂସ୍କୃତିକ ସେବାରେ ମନଦେଇଥାନ୍ତି ।ଘରର ସୌଂଦର୍ଯ୍ୟକୁ ବଢାଇବା ପାଇଁ ଫୁଲଦାନୀ ଠାରୁ ଟିଭି ସୋ କେସ୍ ପର୍ଯ୍ୟନ୍ତ ସବୁକିଛିକୁ ନିଜସ୍ବ ଚିନ୍ତାଧାରାର ସୁକ୍ଷ୍ମକଳାରେ ଅଳ୍ପସମୟରେ ତିଆରି କରିପାରୁଛନ୍ତି ।ଯାହାକୁ ଯେ କେହି ଦେଖଣାହାରି ଦେଖିଲେ ଆଶ୍ଚର୍ଯ୍ୟଚକିତ ହେବ ।ସଂପ୍ରତି କରୋନା ମହାମାରୀ ପାଇଁ ଘରେ ବସିଥିବା ଏକାଦଶୀ ବାରିକ୍ଂକର ସବୁ ହସ୍ତଶୀଳ୍ପ କାମ ଓ ବାହାରୁ କଂଚାମାଲ ସଂଗ୍ରହ ବଂଦ୍ ରହିଛି । ପୂଜାପାର୍ବଣ ଉପରେ କଟକଣା ଲାଗୁଥିବାରୁ ବିକ୍ରିବଟା ମଧ୍ୟ ହୋଇପାରୁନି ।ନିଜ ଗ୍ରାମରେ କିଛି ମହିଳାଂକୁ ଏକାଠି କରି ବେତ ଏବଂ ବାଉଁଶ ତିଆରୀ ଶିକ୍ଷା ଦେଉଛନ୍ତି । ସରକାର ଯଦି ମିଶନଶକ୍ତି ମାଧ୍ୟମରେ ମହିଳା ସ୍ବୟଂ ଶାହାୟକ ଗୋଷ୍ଠିମାନଂକୁ ବାଉଁଶ ହସ୍ତଶୀଳ୍ପ ଶିକ୍ଷା ଏବଂ ରୋଜଗାର ଉପରେ ପ୍ରାଧାନ୍ୟ ଦିଅନ୍ତି,ତେବେ ବହୁ ଲୋକ ଉପକୃତ ହେବା ସହିତ ବିଲୋପ ହେଉଥିବା ବାଉଁଶ ହସ୍ତଶୀଳ୍ପ କାମ ମଧ୍ୟ ବଂଚିପାରିବ ।

Exit mobile version