Site icon Awaj Media

ଦାରିଙ୍ଗବାଡ଼ି ରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସମ୍ମିଳନୀ ଉଦଯାପିତ !!!

Spread the love

ସାମ୍ବାଦିକ ମାନଙ୍କ ସୁରକ୍ଷା, ସ୍ଵାସ୍ଥ୍ୟ ବୀମା ରାଶି ବୃଦ୍ଧି ଓ ପେନସନ ପାଇଁ ଦାବୀ

କନ୍ଧମାଳ (ଆୱାଜ଼ ମିଡ଼ିଆ) -.ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି କଲେଜ ପଡିଆରେ ଠାରେ ଚାଲିଥିବା ଦୁଇ ଦିନିଆ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସ୍ତରୀୟ ସମ୍ମିଳନୀ ଉଦଯାପିତ ହୋଇଯାଇଛି । କନ୍ଧମାଳ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ୨୨ ଜିଲ୍ଲାର ସଭାପତି, ସମ୍ପାଦକ ସମେତ ବହୁ ସଦସ୍ୟ ମାନେ ମାନେ ଦାରିଙ୍ଗବାଡ଼ିର ହିଲଭିୟୁ, ନେଚର ପାର୍କ, କଫି ବଗିଚା, ପାଏନ ଜଙ୍ଗଲ, ଜଳ ପ୍ରପାତ ବୁଲି ଦେଖିବା ସହ ଜି.ଉଦୟଗିରି ର ମୁକୁଲିଙ୍ଗିଆ ଓ ରାଇକିଆ ର ମଣ୍ଡାସୁର କୁଟି ସହ ଅଞ୍ଚଳରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲିବା ସହ ସଂସ୍କୃତି ଓ ପରମ୍ପରା କୁ ମଧ୍ୟ ସ୍ଥାନୀୟ ଜନସାଧାରଣ ଙ୍କ ଠାରୁ ପଚାରି ବୁଝିଥିଲେ ।

ସନ୍ଧ୍ୟା ସମୟରେ ସୁର ଭାଇବ୍ରେସନର ପ୍ରଯୋଜିକା ଜୟଶ୍ରୀ ଧଳ ଙ୍କ ଟିମ୍ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଦ୍ଵିତିୟ ଦିନ ଅର୍ଥାତ ଉଦଯାପନି ଦିବସରେ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ମୁଖ୍ୟ ବକ୍ତା ଭାବେ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ସମ୍ମାନିତ ଅତିଥି ଭାବେ ବାଲିଗୁଡାର ପୂର୍ବତନ ବିଧାୟକ ରାଜୀବ ପାତ୍ର, ସୁର୍ ଭାଇବ୍ରେସନ ଫାଉଣ୍ଡେସନର ଫାଉଣ୍ଡର ଜୟଶ୍ରୀ ଧଳ ପ୍ରମୁଖ ଯୋଗ ଦେଇଥିଲେ l ଏଥିରେ ରାଜ୍ୟ ସଭାପତି ବିଭୁତି ଭୁଷଣ କର ସଭାପତିତ୍ଵ କରିଥିବା ବେଳେ ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ।। ଏହି ସମ୍ମିଳନୀରେ ସାମ୍ୱାଦିକ ମାନଙ୍କ ସମୂହ ସ୍ୱାର୍ଥ ଓ ସମସ୍ୟାର ସମାଧାନ କିପରି ହେବ ସେନେଇ ଆଲୋଚନା ହୋଇଥିଲା ।

ସରକାର ସାମ୍ୱାଦିକ ମାନଙ୍କ ପାଇଁ ଯେଉଁ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଜନା କରିଛନ୍ତି ତାକୁ ୫ ଲକ୍ଷ କୁ ବୃଦ୍ଧି କରିବା,ସାମ୍ୱାଦିକ ମାନଙ୍କ ପାଇଁ ସୁରକ୍ଷା ଆଇନ ପ୍ରଣୟନ କରିବା ଭଳି ବିଭିନ୍ନ ଦାବି ଉପରେ ଆଲୋଚନା କରାଯାଇ ଏହାକୁ କିପରି କାର୍ଯ୍ୟକାରୀ କରାଯାଇପାରିବ ସେନେଇ ମନ୍ତ୍ରୀ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରିବାକୁ ରାଜ୍ୟ ସଭାପତିଙ୍କ ସମେତ ସଂଘର କାର୍ଯ୍ୟକର୍ତା ଅନୁରୋଧ କରିଥିଲେ । ଏହି ଅନୁରୋଧକୁ ରକ୍ଷା କରି ସରକାରଙ୍କ ପାଖରେ ଉକ୍ତ ଦାବିକୁ ଉପସ୍ଥାପନ କରିବା ନିମନ୍ତେ ମନ୍ତ୍ରୀ ନିଜର ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ ଓ କୋଭିଡ଼ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version