Site icon Awaj Media

ନାଳ ପାର ହେବା ବେଳେ ଭାସିଗଲେ ମହିଳା : ମୃତଦେହ ଉଦ୍ଧାର !!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜ଼ିଲ୍ଲା ଖଜୁରୀପଡା ଥାନା ଅନ୍ତର୍ଗତ ଗାଡ଼ିଆପଡ଼ା ନିକଟ ଏକ ନାଳରେ ରେ ଭାସି ଯାଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର l ମୃତ ମହିଳା ଜଣକ ଗାଡ଼ିଆପଡ଼ା ଗ୍ରାମର ସୁମିତ୍ରା ଜାନୀ । ସେ ଛେଳି ଚରାଇ ସନ୍ଧ୍ୟା ରେ ଫେରୁ ଥିବା ସମୟରେ ନାଳ ପାରି ହେଉଥିଲେ l ସେହି ସମୟରେ ନାଳରେ ହଠାତ ବନ୍ୟା ଜଳ ଆସିଯିବା ଫଳରେ ସୁମିତ୍ରା ପାଣି ସ୍ରୋତରେ ଭାସି ଯାଇଥିଲେ l ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳ ରେ ପହଞ୍ଚି ଖୋଜା ଖୋଜି କରିବା ପରେ ମୃତ ଦେହ ମିଳିଥିଲା l ଶବ ବ୍ୟବଛେଦ ପରେ ପରିବାର ଲୋକ କୁ ହସ୍ତାନ୍ତର କରାଯାଇଥିଲା l ଏ ନେଇ ଖଜୁରୀପଡା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣା ପଡିଛି l ମୃତକଙ୍କ ପରିବାର କୁ ତୁରନ୍ତ ଉପଯୁକ୍ତ ସରକାରୀ କ୍ଷତି ପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି l

Exit mobile version