Site icon Awaj Media

ନୂଆଗାଁ ରେ ବହୁ ବରିଷ୍ଠ ବ୍ୟକ୍ତି ଙ୍କ ବିଜେଡ଼ି ରେ ଯୋଗଦାନ !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ରାଜ୍ୟ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକଙ୍କ ଆଦର୍ଶ ,ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ନୂଆଗାଁ ବ୍ଲକ୍ ନୂଆଗାଁ ପଞ୍ଚାୟତ ଅଧିନରେ ଥିବା ଖାଲମଡ଼ା ଗ୍ରାମର ବହୁ ବରିଷ୍ଠ ବ୍ୟକ୍ତି ବିଜେଡ଼ି ରେ ଯୋଗଦାନ କରିଛନ୍ତି । ନୂଆଗାଁ ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକଙ୍କ ଉପସ୍ଥିତିରେ ଖାଲମଡ଼ା ଗ୍ରାମ ର ସଭାପତି ଅଲେଖ ସିଠ, ତ୍ରିଲୋଚନ ପରିଡ଼ା ,ଅଖିଳ ପରିଡ଼ା, ଟୁଟୁ ପଟ୍ଟନାୟକ,ବାନମ୍ବର ସାହୁ, ଦିଲ୍ଲୀପ ନାୟକ, ଭାଗବତ ପ୍ରଧାନ, ଅଖିଳ ଚନ୍ଦ୍ର ରଥ, ରାଜୀବ ଲୋଚନ ପରିଡ଼ା ପ୍ରମୂଖ ବିଜେଡିରେ ଆନୁଷ୍ଠାନିକ ଭାବରେ ଯୋଗଦାନ କରିଛନ୍ତି . ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଉତ୍ତରୀୟ ଦେଇ ସମ୍ମାନୀତ କରି ଦଳକୁ ପାଛୋଟି ଆଣିଥିଲେ । ଦଳକୁ ଅଧିକ ସଂଗଠିତ କରିବା ସହ ବିଧାୟକ ଙ୍କ ହାତ ମୁଠାକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିବେ ବୋଲି ବିଜେଡି ରେ ଯୋଗ ଦେଇଥିବା ଖାଲମଡ଼ା ଗ୍ରାମ ର ବରିଷ୍ଠ ବ୍ୟକ୍ତି ମାନେ ମତ ଦେଇଛନ୍ତି ।

Exit mobile version