Site icon Awaj Media

ସୁସ୍ଥ ହେଲେ ମାନସିକ ଭାରସାମ୍ୟ ହରାଇଥିବା ଯୁବକ !!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିଶ୍ୱାସ ନ ହେଲେବି ସତ୍ୟ, ତାଳଚେର ସଦର ଥାନା ଅନ୍ତର୍ଗତ ଲିଙ୍ଗରାକଟା ଗ୍ରାମ ର ଦୀନା ସାହୁ ଙ୍କ ପୁଅ ମନମୋଚନ ସାହୁ ନିଜର ମାନସିକ ଭାରସାମ୍ୟ ହରାଇ ଦୀର୍ଘ ଦିନ ହେଲାଣି ଏଣେ ତେଣେ ବୁଲୁଥିଲେ , ଘଟଣାକୁ ନେଇ ତାଙ୍କ ସ୍ତ୍ରୀ ଥାନାରେ ଏତଲା ମଧ୍ୟ ଦେଇଥିଲେ , ହେଲେ ଜଣେ ସାମ୍ବାଦିକଙ୍କ ଠାରୁ ଘଟଣା ସମ୍ପର୍କରେ ଜାଣି ପାରିଲେ ସମାଜସେବୀ କିନ୍ନର ଚିନ୍ମୟୀ ଦାସ . ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ଉଦ୍ଧାର କରି ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ ଚିନ୍ମୟୀ . ପ୍ରାଥମିକ ଚିକିତ୍ସା ପରେ ସମ୍ପୃକ୍ତ ଯୁବକଙ୍କ ଭିତରେ ଅହେତୁକ ପରିବର୍ତନ ହୋଇ ମନ ସମ୍ପୂର୍ଣ ପରିବର୍ତନ ହେବା ସହିତ ନିଜ ସ୍ତ୍ରୀ ଓ ପୁଅ ଝିଅ ଙ୍କୁ ଚିହ୍ନି ପାରିଲେ . ଏପରିକି ତାଙ୍କୁ ଉଦ୍ଧାର କରିଥିବା ସାମାଜିକ କର୍ମୀଙ୍କୁ ସେ ନିଜେ ଥଣ୍ଡା, ଜଳଖିଆ ମଗାଇ ଦେଇଥିଲେ . ଏବେ ସେ ସମସ୍ତ ଗ୍ରାମ ବାସୀ ଙ୍କୁ ଚିହ୍ନି ପାରୁଛନ୍ତି ଏବଂ ସୁନ୍ଦର ବ୍ୟବହାର କରୁଛନ୍ତି .

Exit mobile version