Site icon Awaj Media

ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିମ୍ନ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଲେ ଉଚ୍ଚ ନ୍ୟାୟାଳୟ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଅଧିସୂଚିତ କ୍ଷେତ୍ର ପରିଷଦ କାର୍ଯ୍ୟାଳୟ ବାହାରେ ଘଟିଥିବା ମାରପିଟ ଘଟଣାରେ ନିମ୍ନ ଅଦାଲତରେ ହାଜର ହେବା ପାଇଁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ . ଚିଲକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣୀ କରି ମାନ୍ୟବର ହାଇକୋର୍ଟ ଏପରି ଆଦେଶ ଦେଇଛନ୍ତି । ବିଧାୟକଙ୍କୁ ମିଳିଲା ନାହିଁ ସିଧା ସଳଖ ଆଗୁଆ ଜାମିନ । ଶୁକ୍ରବାର ନିମ୍ନ କୋର୍ଟରେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ନିମ୍ନ କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିବାକୁ ଚିଲିକା ବିଧାୟକଙ୍କୁ ନିର୍ଦ୍ଦେଶ । ଯଦି ଆବେଦନ କରନ୍ତି ସେହିଦିନ ଜାମିନ ସଂପର୍କରେ ନିଷ୍ପତ୍ତି ନେବାକୁ ନିମ୍ନ କୋର୍ଟକୁ ନିର୍ଦ୍ଦେଶ । ପ୍ରଶାନ୍ତଙ୍କ ନାମରେ ବିଜେପି ବ୍ଳକ ସଭାପତିଙ୍କୁ ଆକ୍ରମଣ ମାମଲା ରହିଛି । ସୂଚନାଯୋଗ୍ୟ ଉକ୍ତ ଆକ୍ରମଣ ଘଟଣା ପରେ ପ୍ରଶାନ୍ତଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି ।

Exit mobile version