ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାକୁ ପ୍ରତିହତ କରିବାପାଇଁ ନିଜ ଜୀବନକୁ ବାଜି ଲଗାଇ ନିରସ୍ତ୍ର ସୈନିକ ଭାବରେ ଆଜକୁ ୫୬୩ ଦିନ ଧରି ସଂଗ୍ରାମ କରି ଆସୁଅଛି ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ । ଗତ ୨୨ମାର୍ଚ୍ଚ ୨୦୨୦ ମସିହାରୁ ଅଦ୍ୟାବଧି ୫୬୩ଦିନ ଧରି ଦେଶର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମହାମାରୀ ମହାମାରୀ କରୋନା ସଚେତନତା ସହ ବିଭିନ୍ନ ସ୍ଥାନରେ ଗରିବ ,ଅସହାୟ, ପାଗଳା,ପାଗିଳି ମାନଙ୍କୁ ମାକ୍ସ, ସାବୁନ, ସାନିଟାଇଜର, ଓ.ଆର.ଏସ, ରନ୍ଧା ଓ ଶୁଖିଲା ଖାଦ୍ୟ, ବସ୍ତ୍ର ଆଦି ବଣ୍ଟନ ସହ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଥିବାର ଦେଖିବାକୁ ମିଳିଛି।ଏହି ଅବସରରେ ବିଞ୍ଝାରପୁର ବ୍ଲକର ପୁରସ୍ତମପୁର ଗ୍ରାମ ସମେତ ବିଭିନ୍ନ ସ୍ଥାନ ମାନଙ୍କରେ ୫୬୧ତମ ଦିବସରୁ ୫୬୩ତମ ଦିବସ ପର୍ଯ୍ୟନ୍ତ ତିନିଦିନ ଧରି ଏହି କାର୍ଯ୍ୟକ୍ରମ ଚାଲୁରହିଅଛି।ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ ଓ କାର୍ଯ୍ୟକ୍ରମର ସଂଯୋଜକ ମାଷ୍ଟର ମିହୀର କୁମାରଙ୍କ ନେତୃତ୍ୱରେ ପୁରସ୍ତମ୍ ପୁର ଠାରେ କଳାକାର ସଦାଶିବ ନାୟକ,ବଳରାମ ସ୍ୱାଇଁ,ଜନ୍ମେଜୟ ନାୟକ,ନିରଞ୍ଜନ ବେହେରା,ଶରତ ମହଲ,ଦାଶରଥି ସ୍ୱାଇଁ,ନିଧିରାମ ମହଲ,ରଞ୍ଜିତ ବେହେରା,ଗଣେଶ ରାଉତ ଆଦି ଯୋଗଦେଇ ପାଲା ଏବଂ ଓଡିଶୀ କୀର୍ତ୍ତନ ମାଧ୍ୟମରେ ସଚେତନତା ସୃଷ୍ଟି କରୁଥିବାର ଦେଖିବାକୁ ମିଳିଛି ।
ଜାରି ରହିଛି ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ !!!

