Site icon Awaj Media

ଉତ୍କଳ ବିକାଶ ପରିଷଦ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ।

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଚଳିତ ମାସ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସ୍ୱେଚ୍ଛାକୃତ ବିଶାଳ ରକ୍ତଦାନ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ କିଶନନଗର ଥାନା ରାମଚନ୍ଦ୍ରପୁର ସ୍ଥିତ ସ୍ଵପ୍ନେଶ୍ଵର ମହାଦେବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିମଲ ପଣ୍ଡା, ଅଭିମନ୍ୟୁ ସାହୁ, ଅନନ୍ତ ନାଥ, ଜ୍ୟୋତି ପ୍ରକାଶ ନନ୍ଦ, ଅକ୍ଷୟ ଦାସ, ଯାମିନୀ ମୋହନ ସାହୁ, ଜ୍ଞାନ ରଞ୍ଜନ ସାହୁ, ଲଷ୍ମୀଧର ଦାସ, ଶମ୍ବୁନାଥ ବେହେରା, ଅନାମ ଭୋଇ, ଦୁଲାଲ୍ ଭୋଇ, ସୁରଜ ବେହେରା ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ ଏବଂ ଜନସାଧାରଣ ବିପୁଳ ସଂଖ୍ୟାରେ ଯୋଗଦାନ କରି ମହତ୍ ସେବା କାର୍ଯ୍ୟକୁ ସଫଳ କରିବାକୁ ସଂଗଠନ ପକ୍ଷରୁ ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀ ସାଧାରଣରେ ନିବେଦନ କରିଛନ୍ତି ।

Exit mobile version