Site icon Awaj Media

ପାରଳା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇ ଅକ୍ଟୋବର ୫ ତାରିଖ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ପାଳନ କରାଯାଇଛି । ମହାବିଦ୍ୟାଳୟର ପରିସରର ସଫେଇ କାର୍ଯ୍ୟକ୍ରମ , ନିକଟସ୍ଥ ମନ୍ଦିର ଧର୍ମାନୁଷ୍ଠାନ ପ୍ରାଙ୍ଗଣ ଓ ପରିବେଶ ସଫେଇ , କଠିନ ଆବର୍ଜନା ସଫା କରିବା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ ଆଦି କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଗୁଡିକରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ତଦାରଖ କରିଥିଲେ ଏବଂ ନିଜେ ମଧ୍ୟ ସଫେଇ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପକ ଯଥା ଜାତୀୟ ସେବା ଯୋଜନାର ଉପଦେଷ୍ଟା ଡକ୍ଟର ନୃସିଂହ ପ୍ରସାଦ ପାଣିଗ୍ରାହୀ, ଏନସିସି ଅଧ୍ୟାପିକା ଲେଫେଟେନେଣ୍ଟ ଅନିତା କୁମାରୀ ପାତ୍ର, ଯୁବ ରେଡ଼କ୍ରସ ପରାମର୍ଶଦାତ୍ରୀ ସଂଯୁକ୍ତା ପାତ୍ର ଯୋଗ ଦେଇ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହ ଓ ପ୍ରେରଣା ଯୋଗାଇଥିଲେ ।

Exit mobile version