Site icon Awaj Media

ରାଜପଥରେ ବ୍ୟବସାୟୀଙ୍କ ଠାରୁ ଲୁଟ୍ ।।

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ଜଣେ ବେବସାୟୀଙ୍କ ଠାରୁ ଲୁଟ୍ ଅଭିଯୋଗ । ସୂଚନା ମୁତାବକ ବାଣପୁର ଥାନା ଅନ୍ତର୍ଗତ ପଲଟନ ପଡିଆ ର ମାଆ ତାରିଣୀ ଭଣ୍ଡାର ର ମାଲିକ ପରିବା ବେବସାୟୀ କୃଷ୍ଣଚନ୍ଦ୍ର ସେଟ ଏକ ପିକପ ଭ୍ୟାନ୍ ଯୋଗେ ତାଙ୍କ ଡ୍ରାଇଭର ସୁଧୀର ପରମାଣିକ ଙ୍କ ସହିତ ଭୁବନେଶ୍ୱର ପରିବା ଆଣିବାକୁ ଯାଉଥିବା ସମୟରେ ଜଙ୍କିଆ ରାମେଶ୍ଵର ଛକ ନିକଟରେ ୪ ଜଣ ଦୁର୍ବୁତ୍ତ ସେମାନଙ୍କୁ ଅଟକାଇ ମରଣାନ୍ତକ ଆକ୍ରମଣ ସହ ବନ୍ଧୁକ ଦେଖାଇ ପ୍ରାୟ ଦୁଇ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟି ନେଇଥିବାର ଅଭିଯୋଗ ହୋଇଛି . ବାଲୁଗାଁ ବାଣପୁର ଟାଙ୍ଗୀ ରାମେଶ୍ୱର ଅଞ୍ଚଳରେ ରୋଡ଼ ଲୁଟେରା ଉତ୍ପାତ କରୁଥିବା ସମୟରେ ପୁଲିସ ର ନିଷ୍କ୍ରିୟତା ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ .

Exit mobile version