Site icon Awaj Media

୫୬୪ତମ ଦିବସରେ ପହଁଚିଲା ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାକୁ ପ୍ରତିହତ କରିବାପାଇଁ ନିଜ ଜୀବନକୁ ବାଜି ଲଗାଇ ନିରସ୍ତ୍ର ସୈନିକ ଭାବରେ ଆଜକୁ ୫୬୪ ଦିନ ଧରି ସଂଗ୍ରାମ କରିଆସୁଅଛି ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ। ଗତ ୨୨ମାର୍ଚ୍ଚ ୨୦୨୦ ମସିହାରୁ ଅଦ୍ୟାବଧି ୫୬୪ଦିନ ଧରି ନିରବଚ୍ଛିନ୍ନ ଭାବରେ ଦେଶର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମହାମାରୀ ମହାମାରୀ କରୋନା ସଚେତନତା ସହ ବିଭିନ୍ନ ସ୍ଥାନରେ ଗରିବ ,ଅସହାୟ, ପାଗଳା,ପାଗିଳି ମାନଙ୍କୁ ମାକ୍ସ, ସାବୁନ, ସାନିଟାଇଜର, ଓ.ଆର.ଏସ, ରନ୍ଧା ଓ ଶୁଖିଲା ଖାଦ୍ୟ, ବସ୍ତ୍ର ଆଦି ବଣ୍ଟନ ସହ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଥିବାର ଦେଖିବାକୁ ମିଳିଛି।ଏହି ଅବସରରେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ବିଭିନ୍ନ ସ୍ଥାନ ମାନଙ୍କରେ ୫୬୪ତମ ଦିବସର କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ସହ ସେବାକାର୍ଯ୍ୟ ଚାଲୁରହିଅଛି।ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ , କାର୍ଯ୍ୟକ୍ରମର ସଂଯୋଜକ ମାଷ୍ଟର ମିହୀର କୁମାର ଓ ସୁରେନ୍ଦ୍ର ପାଣ୍ଡବଙ୍କ ନେତୃତ୍ୱରେ ଫାଉଣ୍ଡେସନର କର୍ମକର୍ତ୍ତାମାନେ ଏହି କାର୍ଯ୍ୟକୁ ଚାଲୁ ରଖିଥିବାର ଦେଖିବାକୁ ମିଳିଛି।

Exit mobile version