Site icon Awaj Media

ତପୋବନ ଆଶ୍ରମ ପରିଦର୍ଶନ କଲେ ଢେଙ୍କାନାଳ ଜିଲ୍ଲାପାଳ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ସଦର ବ୍ଲକ ଅନ୍ତର୍ଗତ କାଦୁଆ ଗ୍ରାମ ନିକଟସ୍ଥ ତପୋବନ ଆଶ୍ରମ ପରିଦର୍ଶନ କରି ଆଶ୍ରମର ବାବା ମାନଙ୍କ ସହିତ ଆଶ୍ରମର ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା କରିଛନ୍ତି । ବାବା ରଘୁନାଥ ଦାସ , ବାବା ସୁଶାନ୍ତ ଦାସ , ବାବା ଅଭୟ ଦାସ , ବାବା କରୁଣାକର ଦାସ ଏବଂ ମହିମା ଜ୍ୟୋତିଯାତ୍ରାର ସଂଯୋଜକ ପ୍ରଦ୍ୟୁମ୍ନ ରଥ , ମହିମା ପରିଷଦର ସମ୍ପାଦକ ମହେନ୍ଦ୍ର କୁମାର ସାହୁ ପ୍ରମୁଖ ଆଶ୍ରମକୁ ସବୁଦିନିଆ ରାସ୍ତା ନିର୍ମାଣ , ଜଳ ସଂରକ୍ଷଣ ନିମନ୍ତେ ଚେକ ଡ୍ୟାମର ନିର୍ମାଣ , ସୌର ଆଲୋକ ବ୍ୟବସ୍ଥା , ପାନୀୟ ଜଳ ବ୍ୟବସ୍ଥା , ପଶୁପକ୍ଷୀ – ଜୀବଜନ୍ତୁ ଆଦିଙ୍କ ସୁରକ୍ଷା , ଭିକ୍ଷା ମଣ୍ଡପ ନିର୍ମାଣ ନିମନ୍ତେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଆଶ୍ରମର ଉନ୍ନତି ବିଧାନ ଓ ସୁରକ୍ଷା ପ୍ରଦାନ ନିମନ୍ତେ ଆରକ୍ଷୀ ଅଧୀକ୍ଷକ କେ.ଶିବା ସୁବ୍ରମଣି , ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନୀଙ୍କ ସହିତ ଜିଲ୍ଲାପାଳ ଆଲୋଚନା କରିଛନ୍ତି । ଏହି ଗସ୍ତ ସମୟରେ ସଦର ଉପଜିଲ୍ଲାପାଳ , ସଦର ତହସିଲଦାର , ଆଶ୍ରମବାସୀ ଓ ଅନ୍ୟାନ୍ୟ ଭକ୍ତଗଣ ଉପସ୍ଥିତ ଥିଲେ । ଏହି ଅବସରରେ କାଦୁଆ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ସ୍ୱାଗତ ଜଣାଇଥିଲେ । ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଓ ରାସ୍ତାର ଉନ୍ନତି ବିଧାନ ନିମନ୍ତେ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Exit mobile version