Site icon Awaj Media

ସାଂସଦ ନୀତେଶ ଗଙ୍ଗଦେବଙ୍କ ଜନ ସମ୍ପର୍କ ପଦଯାତ୍ରା !!!

Spread the love

ଛେଣ୍ଡିପଦା ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ବାଲିପଟ୍ଟା ଗ୍ରାମ ପଞ୍ଚାୟତରେ ସାଂସଦ ନୀତେଶ ଗଙ୍ଗଦେବ ଙ୍କ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଯାଇଛି । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୪ ତମ ଜୟନ୍ତୀ ଉପଲକ୍ଷେ ଗୋପବନ୍ଧୁ ଜନ କଲ୍ୟାଣ ସମିତି ତରଫରୁ ଏକ ରକ୍ତଦାନ ଶିବିର ଆୟୋଜନ କରା ଯାଇଥିଲା । ବାଲିପଟ୍ଟା ହାଟ ପଡ଼ିଆ ଠାରେ ଗୋପବନ୍ଧୁ ଜନ କଲ୍ୟାଣ ସମିତି ର ଭୂମି ପୂଜନ କରିଥିଲେ । କାର୍ଯ୍ୟକ୍ରମରେ ଏଥିରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରା , ଜିଲ୍ଲା ସଂପାଦକ ସୁଦିପ ଗଡ଼ନାୟକ, ସାଂସଦ ଙ୍କ ପ୍ରତିନିଧି ଯଶୋବନ୍ତ ବେହେରା , ମଣ୍ଡଳ ସଭାପତି ମଦନ ମୋହନ ଗଡନାୟକ, ବାଲିପଟ୍ଟା ପଞ୍ଚାୟତ ସଭାପତି ମନମୋହନ ପ୍ରଧାନ ଏବଂ ବିଜେପି କର୍ମୀ ଅଜିତ୍‌ ପ୍ରଧାନ, ଅନିଲ୍ ସାହୁ ,ସନ୍ତୋଷ ମିଶ୍ର , ଲିଟୁ ଗଡ଼ନାୟକ, ଅମୁଲ୍ୟ ସାହୁ, ବରୁଣ ସାହୁ, ସନ୍ତେଷ ସାହୁ , ସଞ୍ଜୟ ବେହେରା ପ୍ରମୂଖ ଉପସ୍ଥିତ ରହିଥିଲେ ।

Exit mobile version