ବରିଷ୍ଠ ସାମ୍ବାଦିକଙ୍କ ପୁତ୍ର ବିୟୋଗରେ ଶୋକସଭା !!!

0
228
Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କବିଚନ୍ଦ୍ର ପାଠାଗାରରେ ଜିଲ୍ଲା ସାମ୍ବାଦିକ ପରିବାର ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁତ୍ର ମନିଷ ଅନୁରାଗ ଦାସଙ୍କ ଅକାଳ ବିୟୋଗରେ ଏହି ଶୋକସଭା ଆୟୋଜିତ ହୋଇଥିଲା । ଏହି ଅବସରରେ ୨ ମିନିଟ୍ ଅମର ଆତ୍ମାର ସର୍ଦଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା । ପରେ ଅନୁରାଗଙ୍କ ଫଟୋରେ ପୁଷ୍ପ ମାଲ୍ୟାର୍ପଣ ସହ ଧୁପ ଓ କ୍ୟାଣ୍ଡେଲ ଜଳା ଯାଇଥିଲା । ତେବେ ଓଡିଶା ପୋଲିସ ଅନୁରାଗଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବା ସହ ଅନୁରାଗଙ୍କ ବାପାଙ୍କ ଅଭିଯୋଗ ଅନୁସାରେ , ଯଦି ହତ୍ୟା ହୋଇଛି ତାହା ହେଲେ ହତ୍ୟାକାରୀଙ୍କୁ କଡାରୁ କଡା ସଜ୍ଜା ଦେବା ପାଇଁ ଗଣମାଧ୍ୟମ ପ୍ରତିନିଧି ମାନେ ଦାବୀ କରିଛନ୍ତି । ଆଗରୁ ସାମ୍ବାଦିକ ମାନେ ହତ୍ୟା, ଧମକ, ମାଡ ଓ ବିପଦର ସମ୍ମୁଖୀନ ହେଉଥିବା ସମୟରେ ବର୍ତ୍ତମାନ ସାମ୍ବାଦିକ ମାନଙ୍କ ପରିବାରକୁ ଟାର୍ଗେଟ କରାଯିବା ଆଇନ ବ୍ୟବସ୍ଥାକୁ ଦୋହଲାଇବା ଭଳି ସ୍ଥିତି ଓଡିଶାରେ ସୃଷ୍ଟି ହେଲାଣି ବୋଲି ଚିନ୍ତା ଜଣାଇଛନ୍ତି ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧି । ଏହି ଶୋକସଭାରେ ବରିଷ୍ଠ ସାମ୍ବାଦିକ ଦେବାଶିଷ ପାଢୀ , ଗଶେଷ ରାଜୁ , ଆଦର୍ଶ ଦାସ , ବାସୁଦେବ ଦାସ , ହରିହର ପଟ୍ଟନାୟକ, ଗୋବିନ୍ଦ ଆଚାର୍ଯ୍ୟ, ଏସ୍.ରୁଷୀ , ଦିଲୀପ ସତପଥୀ , ବସନ୍ତ ପଣ୍ଡା , ସନ୍ତୋଷ କୁମାର ପାଟଯୋଶୀ , ଶିବ ପ୍ରସାଦ ପ୍ରାଣୀଗ୍ରାହୀ , କୃଷ୍ଣ ବେହେରା , ଗିରିଧାରୀ ପରିଚ୍ଛା , ଡମ୍ବାରୁଧର ପଲେଇ , ଅନିଲ କମାର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here