Site icon Awaj Media

ଚିନ୍ମୟ ଫାଉଣ୍ଡେସନ ର ୫୭୦ତମ ଦିବସ କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ କଳାହାଣ୍ଡିରେ ଆୟୋଜିତ ।

Spread the love

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ନିରସ୍ତ୍ର ସୈନିକ ଭାବରେ ୫୭୦ଦିନ ଧରି ସଂଗ୍ରାମ କରି ଆସୁଅଛି ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ । ଗତ ୨୨ମାର୍ଚ୍ଚ ୨୦୨୦ ମସିହାରୁ ଅଦ୍ୟାବଧି ୫୭୦ଦିନ ଧରି ନିରବଚ୍ଛିନ୍ନ ଭାବରେ ଦେଶର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମହାମାରୀ ମହାମାରୀ କରୋନା ସଚେତନତା ସହ ବିଭିନ୍ନ ସ୍ଥାନରେ ଗରିବ, ଅସହାୟ, ପାଗଳା,ପାଗିଳି ମାନଙ୍କୁ ମାକ୍ସ, ସାବୁନ, ସାନିଟାଇଜର, ଓ.ଆର.ଏସ, ରନ୍ଧା ଓ ଶୁଖିଲା ଖାଦ୍ୟ, ବସ୍ତ୍ର ,ରାସନ ସାମଗ୍ରୀ ଆଦି ବଣ୍ଟନ ସହ ଆର୍ଥିକ ସହାୟତା ଯୋଗାଇ ଦିଆ ଯାଉଥିବାର ଦେଖିବାକୁ ମିଳିଛି।ଏହି ଅବସରରେ କଳାହାଣ୍ଡି, ଜିଲ୍ଲାର କୋକସରା ବ୍ଲକର ବିଭିନ୍ନ ସ୍ଥାନମାନଙ୍କରେ ୫୬୮ ତମ ଦିବସରୁ ୫୭୦ତମ ଦିବସ ପର୍ଯ୍ୟନ୍ତ ୩ଦିନ ବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ କରୋନା ସଚେତନତା ଓ ରିଲିଫ ବଣ୍ଟନ ସେବାକାର୍ଯ୍ୟ ଚାଲୁରହିଥିବାର ଦେଖିବାକୁ ମିଳିଛି। ଫାଉଣ୍ଡେସନର କର୍ମକର୍ତ୍ତାମାନେ ସାମାଜିକ ଦୂରତା ରକ୍ଷାକରି ପ୍ଲାକାର୍ଡ ଶୋଭାଯାତ୍ରା ସହ ବିଭିନ୍ନ ଦେବୀପୀଠର ଅନତି ଦୂରରେ ପଥପ୍ରାନ୍ତ ନାଟକ,ଘୁମୁରା ଗୀତ,ଖଞ୍ଜଣି ଗୀତ ଆଦି ପରିବେଷଣ କରି ସଚେତନତା ସୃଷ୍ଟି କରୁଛନ୍ତି ।

Exit mobile version