Site icon Awaj Media

ତାଲୁକ ଆଇନ ସେବା କମିଟି ପକ୍ଷରୁ ଆନ୍ତର୍ଜାତିକ ବାଳିକା ଦିବସ !

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ତାଲୁକ ଆଇନ ସେବା କମିଟି ପକ୍ଷରୁ ସିଗମା ପବ୍ଲିକ ସ୍କୁଲ ପରିସରରେ ଆନ୍ତର୍ଜାତିକ ବାଳିକା ଦିବସ ପାଳିତ ହୋଇଯାଇଛି । ସ୍କୁଲ ର ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଦେୱାନି ଅଦାଲତର ଵିଚାରପତି ବିଶ୍ୱ ଦୀପକ ସାହୁ ଏବଂ ସ୍ୱତନ୍ତ୍ର ଜୁଡିସିଆଲ କୋର୍ଟର ବିଚାରପତି ସୁରେନ୍ଦ୍ର କୁମାର ପାଢୀ ଅତିଥି ଭାବେ ଯୋଗଦେଇ ବାଳିକା ଦିବସର ମହତ୍ୱ ସମ୍ପର୍କରେ ବକ୍ତବ୍ୟ ପ୍ରତିପାଦନ କରିଥିଲେ । ସ୍କୁଲର ଛାତ୍ରୀ ଦିବ୍ୟ ଚିରନ୍ତାନି ପଣ୍ଡା, ଆଦ୍ୟ ଦୀକ୍ଷିତ ପ୍ରମୁଖ ଶିଶୁ କନ୍ୟାର ଭୂମିକା ସମ୍ବନ୍ଧରେ ବକ୍ତୃତା ଦେଇଥିଲେ ।

Exit mobile version