ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଓଡ଼ଗାଁ ର ଲୋକପ୍ରିୟ ସାହିତ୍ୟ ଅନୁଷ୍ଠାନ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦ ଏହାର ପ୍ରଥମ ବନ୍ଧୁମିଳନ ତଥା ସାହିତ୍ୟ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଆୟୋଜନ କରିଛି । ସଂସଦର ପ୍ରତିଷ୍ଠାତା ଲୋକନାଥ ମିଶ୍ର (ଭରଦ୍ୱ।ଜ)ଙ୍କ ବାସଭବନ ପରିସରରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଉପଦେଷ୍ଟା ଦିବାକର ନାୟକ, ଆବାହକ ପ୍ରହଲ୍ଲାଦ ବେହେରା, ସଭାପତି ପଞ୍ଚାନନ ପଣ୍ଡା, ଉପ-ସଭାପତି ଶରତଚନ୍ଦ୍ର ଷଡ଼ଙ୍ଗୀ ଓ ମନୋଜ କୁମାର ନାୟକ, ସମ୍ପାଦକ ଭାବଗ୍ରାହୀ ମହାପାତ୍ର, ସହ-ସମ୍ପାଦକ ଯଶୋବନ୍ତ ପଟ୍ଟନାୟକ, କୋଷାଧ୍ୟକ୍ଷ ରଞ୍ଜନ କୁମାର ଦାଶ, ସଂଯୋଜିକା ପ୍ରିୟଦର୍ଶନୀ ମହାପାତ୍ର ଆଦି ସଂସଦୀୟ କର୍ମକର୍ତ୍ତାଙ୍କ ସମେତ ପ୍ରଭାତି ପଟ୍ଟନାୟକ, କମଳିନୀ ବେହେରା, ବବିତାରାଣୀ ମହାପାତ୍ର, ପ୍ରଦ୍ୟୁମ୍ନ କୁମାର ସାହୁ, ଦୂତିକୄଷ୍ଣ ମିଶ୍ର, ଅରୁଣ କୁମାର ସାହୁ ପ୍ରମୁଖ ୨୭ ଜଣ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ । “ସାହିତ୍ୟ ଅନୁଷ୍ଠାନ ଗଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ” ଶୀର୍ଷକ ଏକ ଆଲୋଚନା ଚକ୍ର କରାଯାଇ ଶରଣକୁଳ ଅଞ୍ଚଳର ବିଶିଷ୍ଟ କବି ତଥା ବେତାର କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, ରବୀନ୍ଦ୍ର କୁମାର ଘଡେଇ, ସୁରେଶ ଚନ୍ଦ୍ର ସାହୁ, ସୂର୍ଯ୍ୟକାନ୍ତ ଶତପଥୀ ଓ ପ୍ରଦୋଷ କୁମାର ରାଉତଙ୍କୁ ନୂତନ ସଭ୍ୟ ଭାବେ ସଂସଦ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରତ୍ୟେକ ମାସ ଭଳି ଚଳିତ ମାସରେ ଭାପୁର ଓ ଖଣ୍ଡପଡା ବ୍ଲକର କବି କବୟିତ୍ରୀ ମାନଙ୍କୁ ନେଇ ଭର୍ଚୁଆଲ୍ କବିତା ଆସର କରିବା ପାଇଁ ସ୍ଥିର କରାଯାଇଛି । ସଂସଦର ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଅବସରରେ ଏକ ଭୋଜିଭାତର ଆୟୋଜନ ମଧ୍ୟ ହୋଇଥିଲା । କାର୍ଯ୍ୟକ୍ରମ ପାଇଁ ଖୋର୍ଦ୍ଧାରୁ ସଂସଦର ଅନ୍ୟତମ ଉପଦେଷ୍ଟା ଡଃ ବେଣୁଧର ଦାସ ଓ ନିରଞ୍ଜନ ସାହୁ, ସୁଦୂର କଲିକତାରୁ ସନାତନ ମହାକୁଡ଼, କଳାହାଣ୍ଡିରୁ ସତ୍ୟବାଦୀ ସାହୁ, କଟକରୁ ଶୁଭଶ୍ରୀ ମହାରଣା, ଭୁବନେଶ୍ୱରରୁ ମଣିମାଳା ପାଣିଗ୍ରାହୀ, ଇଟାମାଟିରୁ ବିଜୟ କୁମାର ରାଉଳ ଏବଂ ଶାନ୍ତନୁ ବିଶୋୟୀ, ମନୋଜ କୁମାର ସାହୁ, ପ୍ରଦୀପ୍ତ କୁମାର ନାୟକ , ପରମାନନ୍ଦ ସ୍ୱାଇଁ ଆଦି ସଂସଦର ସଭ୍ୟ ସଭ୍ୟା ଗଣ ବିଭିନ୍ନ ବ୍ୟକ୍ତିଗତ କାରଣ ହେତୁ ଆସି ନପାରି ଅନଲାଇନ ମାଧ୍ୟମରେ ନିଜ ନିଜର ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ ।
ଶ୍ରୀ ଶ୍ରୀ ରଘୁନାଥ ସାରସ୍ଵତ ସଂସଦର ବନ୍ଧୁମିଳନ କାର୍ଯ୍ୟକ୍ରମ !!!

