Site icon Awaj Media

ଜନ୍ମମାଟିରେ ସମ୍ବର୍ଦ୍ଧିତ ହେଲେ ସମାଜସେବୀ ଇଂ.ବସନ୍ତ କୁମାର ରାଉତ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବ୍ଲକର ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ କିଶନନଗରରେ କେନ୍ଦ୍ରୀୟ ରକ୍ତ ଭଣ୍ଡାର, କଟକ ଶାଖା ଓ ଏସସିବି, କଟକ ସହାୟତାରେ ଅନୁଷ୍ଠିତ ହୋଇଥିବା ରକ୍ତଦାନ ଶିବିରରେ ସମାଜସେବା, ରକ୍ତଦାନ ଶିବିର ଆୟୋଜନ ଆଦି ଉଲ୍ଲେଖନୀୟ କୃତିତ୍ୱ ନେଇ ସୋଗଲ ଗ୍ରାମ କିଶନନଗର କଟକ ମାଟିର କୃତି ସନ୍ତାନ ଇଂ.ବସନ୍ତ କୁମାର ରାଉତଙ୍କୁ ପରିଷଦର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି । ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ପୌରୋହିତ୍ୟରେ ଆୟୋଜିତ ଶିବିରରେ ଅତିଥି ଭାବେ କୃଷ୍ଣଚନ୍ଦ୍ର କବି, ପ୍ରତିଭା ଶତପଥୀ, ନନ୍ଦିନୀ ଶତପଥୀ, ମାନସ ଲେଙ୍କା, ପ୍ରଭାତ ଦେବତା, ଅଜୟ ପଟ୍ଟନାୟକ, ଅମ୍ବିକା ଶତପଥୀ, ସମୀର ସେନାପତି, ଅଶୋକ ଗୁରୁଜୀ ଏବଂ କାର୍ଯ୍ୟକର୍ତ୍ତା ବିମଲ କୁମାର ପଣ୍ଡା, ଦେବୀ ପ୍ରସାଦ ପତି, ସ୍ୱରୂପ ସୁମନ ଦାସ, ଅଭିମନ୍ୟୁ ସାହୁ, ଚକ୍ରବର୍ତି ଓତା, ଅଶୋକ ସାହୁ, ଗଜେନ୍ଦ୍ର ସ୍ୱାଇଁ , ସରୋଜ ବାରିକ, ଜ୍ଞାନ ରଞ୍ଜନ ସାହୁ, ସଂଜୟ ସେଠୀ, ବଳରାମ ନାୟକ, ଅକ୍ଷୟ ଦାସ, ଅନୀଲ ଦାସ, ସଂଜୟ ସାହୁ, ଅଶୋକ ସାମଲ, ଅସିତ ଶୁକ୍ଳ।, ସୁଶାନ୍ତ ସେଠୀ, ଦୀପକ ସେଠୀ, ଜଗନ୍ନାଥ ସ୍ୱାଇଁ , ପ୍ରଭାସ ବିଶ୍ୱାଳ , ଅନନ୍ତ ନାଥ, ଦୁଲାଲ ଭୋଇ, ବିଷ୍ଣୁ ମାଦେଳୀ, ରଘୁନାଥ ଚୌଧୁରୀ
, ଜାମିନି ମୋହନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version