Site icon Awaj Media

କୂଅ ରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଗୋଡା ଗ୍ରାମରେ ଘଟିଛି ଅଭାବନୀୟ ଦୁଖଦ ଘଟଣା . ସକାଳୁ କୂଅ ମଧ୍ୟରୁ ଠାବ ହେଲା ମୃତଦେହ | ସୂଚନା ଥାଉ କି ଆଜି ପ୍ରାୟ ଭୋର ୪ ଟା ସମୟରେ ବାବନ ମାଣିଆ ନାମକ ଜଣେ ବ୍ୟକ୍ତି ଶୌଚ ଯିବା ଅବସ୍ଥା ରେ ମସ୍ତିଷ୍କ ଵିକୃତ ଥିବାରୁ ସେ କୂଅ ମଧ୍ୟରେ ପଡ଼ି ଯାଇଥିଲେ | ତାଙ୍କ ଘର ର ଲୋକମାନେ ଖୋଜିବାରୁ ଘର ଠାରୁ ୩୦୦ ମିଟର ଦୂରରେ ଥିବା କୂଅ ନିକଟ ରୁ ତାଙ୍କର ଏକ ଚାଦର ଓ ଠେଙ୍ଗା ପଡ଼ିଥିବାର ଦେଖି କରି ବେଗୁନିଆ ଅଗ୍ନିଶମ ବିଭାଗକୁ ଖବର କରିଥିଲେ | ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଁଚି ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ .

Exit mobile version