Site icon Awaj Media

କ୍ରୀଡ଼ାବିତ ଙ୍କୁ ଉତ୍ସାହ ପ୍ରଦାନ ପାଇଁ ଭରଚୁଆଲ କାର୍ଯ୍ୟକ୍ରମ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲାର ବିଦ୍ୟାଳୟ ମାନଙ୍କରେ ଉଦୀୟମାନ କ୍ରୀଡ଼ା ପ୍ରତିଭା ମାନଙ୍କୁ ପ୍ରୋତ୍ସାହିତ କରିବା ସହ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜ୍ଜନ କରିବା ପାଇଁ ଅନୁପ୍ରେରିତ କରିବା ନିମନ୍ତେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାର ଖ୍ୟାତିସମ୍ପନ୍ନ ଯୁବ କ୍ରୀଡାବିତ୍ ଝିଲି ଦଳବେହେରା, ଦୀପାଳି ମହାପାତ୍ର ଓ କ୍ରିକେଟର୍ ରାଜେଶ ମହାନ୍ତି ପ୍ରମୁଖ ଏଥିରେ ଯୋଗଦେଇ ନୟାଗଡ଼ ଜିଲ୍ଲାପାଳଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ବିଦ୍ୟାଳୟ ମାନଙ୍କରେ ଆଧୁନିକ କ୍ରୀଡ଼ା ଭିତ୍ତିଭୂମିର ପ୍ରସାର ନିମନ୍ତେ ସୁଚିନ୍ତିତ ପ୍ରସ୍ତାବ ପ୍ରଦାନ କରିଥିଲେ ।

Exit mobile version