ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ସହରରେ ଆୟୋଜିତ ହୋଇଯାଇଛି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର . ନୟାଗଡ ରୋଟାରୀ କ୍ଲବ ଓ ଶ୍ରୀକୃଷ୍ଣ ଯୁବକ ସଂଘ ଗୋଡିଆଳି ର ମିଳିତ ଆନୁକୁଲ୍ୟରେ ନୟାଗଡ଼ ରକ୍ତ ଭଣ୍ଡାର ସହାୟତା ରେ ଆୟୋଜିତ ରକ୍ତଦାନ ଶିବିରରେ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରରେ ମହିଳା ମାନଙ୍କ ରକ୍ତ ଦାନ ପ୍ରତି ଆଗ୍ରହ ସମାଜ ପ୍ରତି ପ୍ରେରଣାଦାୟକ ଥିଲା , ରକ୍ତଦାନ ଶିବିରକୁ ରୋଟାରୀ କ୍ଲବର ସଭାପତି ଧୀରେନ୍ଦ୍ର ପଟ୍ଟନାୟକ , ଅଧ୍ୟାପକ ରୋଟାରିଆନ ପ୍ରସନ୍ନ ବସନ୍ତିଆ, ରୋଟାରିଆନ ବାସୁଦେବ ସାହୁ , ରୋଟାରିଆନ ଲକ୍ଷ୍ମୀ ନାରାୟଣ ରଥ ଓ ଶୀକୃଷ୍ଣ ଯୁବକ ସଂଘର ଯୁବ ସମାଜସେବୀ ମାନେ ପରିଚାଳନା କରିଥିଲେ ।
ରୋଟାରୀ କ୍ଲବ ତରଫରୁ ରକ୍ତଦାନ ଶିବିର !!!

