Site icon Awaj Media

ସାମ୍ବାଦିକ ଗୋବିନ୍ଦ ପରିଡାଙ୍କ ସ୍ମୃତି ଚାରଣ କଲେ ବାଙ୍କୀର ସାମ୍ବାଦିକ !

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଚାଁହୁ ଚାଁହୁ ବିତିଗଲା ଗୋଟିଏ ବର୍ଷ . ଏକ ବର୍ଷ ତଳେ ଘର ପରିବାର ଆତ୍ମୀୟ ସ୍ୱଜନ ସାଙ୍ଗସାଥି ସାମ୍ବାଦିକ ବନ୍ଧୁ ସମସ୍ତଙ୍କୁ ପର କରି ଆରପାରିକୁ ଚାଲିଗଲେ ସାମ୍ବାଦିକ ଗୋବିନ୍ଦ ପରିଡା . ବାଙ୍କୀ ଅଞ୍ଚଳର ଜଣାଶୁଣା ସାମ୍ବାଦିକ ତଥା ଜୀ-ଓଡ଼ିଶାର ବାଙ୍କୀ ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ପରିଡାଙ୍କ ସ୍ମୃତି ଚାରଣ କଲେ ବାଙ୍କୀ ର ସାମ୍ବାଦିକ . ସାମାନ୍ୟ ଅସୁସ୍ଥ ହେବା ପରେ କଟକର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ , ତେବେ ହୃତଘାତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା . ସାମ୍ବାଦିକ ଗୋବିନ୍ଦ ପରିଡା ଙ୍କ ସ୍ମୃତିରେ ବିଭିନ୍ନ ଛାପା, ୱେବ ଏବଂ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ପ୍ରତିନିଧିମାନେ ଅମର ଆତ୍ମାର ସଦଗତି କାମନା କରିବା ସହିତ ଗଭୀର ଶୋକ ବ୍ୟକ୍ତ କରିଛନ୍ତି .

Exit mobile version