Site icon Awaj Media

ଉତ୍କଳ ଶିବଶକ୍ତି ମନ୍ଦିର ପୂଜକ ସଙ୍ଘ ତରଫରୁ ବୃକ୍ଷରୋପଣ ଓ ମନ୍ଦିର ପରିସର ସଫେଇ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ମନ୍ଦିର ପରିସର ସଫେଇ ପାଇଁ ପୂଜକ ସଂଘର ପ୍ରୟାସ . ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଙ୍ଘ ତରଫରୁ ରାଜ୍ୟ ସଭାପତି ପରମ ଶୈବ ଲଳିତ ମହାପାତ୍ର ଓ ରାଜ୍ୟ ସମ୍ପାଦକ ଆଚାର୍ଯ୍ୟ ବି. କେ. ମହାପାତ୍ର ଙ୍କର ପରାମର୍ଶ କ୍ରମେ କଟକ ଜିଲ୍ଲା ବାଙ୍କୀ ବ୍ଲକ ଉପର ପାଥପୁର ଗ୍ରାମରେ ଥିବା ବହୁ ପୁରାତନ ଶୈବ ପୀଠ ଶ୍ରୀ ଶ୍ରୀ ଲୋକନାଥ ମହାଦେବ ଙ୍କର ପିଠରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଓ ମନ୍ଦିରର ଚତୁଃପାର୍ଶ୍ଵରେ ଥିବା ଅଳିଆ ସାଙ୍ଗକୁ ଅନାବନା ଘାସ ସଫା କରାଗଲା . ଏଥିରେ ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲା ର ସଭାପତି ପରମ ଶୈବ ମାନସ ରଞ୍ଜନ ରଣା ଓ ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ମହାପାତ୍ର ଙ୍କ ସହିତ ପଞ୍ଚାୟତ ର ପୂର୍ବତନ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ ଓ ଗ୍ରାମର ମୁରବି ଶ୍ରୀଧର ସାହୁ, ଜିଲ୍ଲା ମୁଖପାତ୍ର ବିରୂପାକ୍ଷ ରଣା, ଉପ-ସଭାପତି ପୀତବାସ ରଣା ଓ ରାକେଶ ମହାପାତ୍ର, ସହ ସମ୍ପାଦକ ଗୟାଧର ରଣା , ପରିଚାଳକ ସଦସ୍ୟ ରାକେଶ ରଣା, ସୁନୀଲ ମହାପାତ୍ର, ଅନନ୍ତ ରଣା ଙ୍କ ସହିତ ସ୍ଥାନୀୟ ଅଞ୍ଚଳରେ ଥିବା ସମସ୍ତ ଶୈବ ପୂଜକ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ .

Exit mobile version