Site icon Awaj Media

ଆଗାମୀ ପଞ୍ଚାୟତ ନିର୍ବାଚନ ସଭ୍ୟ ପଦର ପୁନଃବିଚାର ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସୁଥିବା ହେତୁ ପଞ୍ଚାୟତ ତଥା ପୌରପାଳିକା ସ୍ତରରେ ନିର୍ବାଚନ ଲଢ଼ିବାକୁ ସଭ୍ୟମାନେ ଅଣ୍ଟ।ଭିଡ଼ିଲେଣି । ନିର୍ବାଚନ ନିୟମ ଅନୁସାରେ ପ୍ରତି ପାଞ୍ଚ ବର୍ଷରେ ସଂରକ୍ଷିତ ଆସନ ରହି ଆସୁଅଛି । କିନ୍ତୁ ସରକାରଙ୍କ ଦ୍ୱାରା ଏହି ସଂରକ୍ଷିତ ଆସନକୁ ନେଇ ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀର ଶୁଆଖାଇ କାଟେଣୀ ଗ୍ରାମପଞ୍ଚାୟତ ର ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି ପଞ୍ଚାୟତରେ ପ୍ରାୟ ୫ ହଜାର ଲୋକ ରହି ଆସୁଥିବା ବେଳେ ଆସନ୍ତା ନିର୍ବାଚନ ପାଇଁ ଉଭୟ ସରପଞ୍ଚ ଏବଂ ସମିତି ସଭ୍ୟ ପଦ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଉକ୍ତ ପଞ୍ଚାୟତରେ ସମୁଦାୟ ଲୋକ ସଂଖ୍ୟାର 12% ଲୋକ ଏହି ଅନୁସୂଚିତ ଜନଜାତି ରହି ଆସୁଥିବା ସମୟରେ ଅବଶିଷ୍ଠ 88% ଅନ୍ୟାନ୍ୟ ଅଟନ୍ତି , ଯାହାକି ଉପଯୁକ୍ତ ପାର୍ଥି ଚୟନ ରେ ସମସ୍ୟା ସୃଷ୍ଟି କରିପାରେ । ଏହାଦ୍ୱାରା ମନ୍ଦ ଉଦେଶ୍ୟ ରଖିଥିବା ବ୍ୟକ୍ତି ବିଶେଷ ମାନେ ଏହାର ସୁଯୋଗ ନେଇ କ୍ଷମତା ପ୍ରାପ୍ତ ହେବା ସହ ଏହା ଦଲାଲ ମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ଅଞ୍ଚଳ ବାସୀ ଆଶଙ୍କା ପ୍ରକାଶ କରିଛନ୍ତି । ତେଣୁ ମାନ୍ୟବର ଜିଲ୍ଲାପାଳ ମହୋଦୟ ଉକ୍ତ ଘଟଣାକୁ ପୁଙ୍ଖାନୁପୁଙ୍ଖ ଭାବେ ବିଚାର କରି ନିର୍ବାଚନକୁ ମୁକ୍ତ ଏବଂ ନିରପେକ୍ଷ କରାଇବାର ସୁବନ୍ଦୋବସ୍ତ କରାଇବାକୁ ଦାବି କରିଛନ୍ତି ।

Exit mobile version