Site icon Awaj Media

୫୭୪ ତମ ଦିବସରେ ପହଞ୍ଚିଲା ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଭଦ୍ରକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ନିରସ୍ତ୍ର ସୈନିକ ଭାବରେ ଆଜକୁ ୫୭୪ ଦିନ ଧରି ନିରବଚ୍ଛିନ୍ନ ସଂଗ୍ରାମ କରି ଆସୁଅଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁର ସ୍ଥିତ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ । ଗତ ୨୨ମାର୍ଚ୍ଚ ୨୦୨୦ ମସିହାରୁ ଅଦ୍ୟାବଧି ୫୭୪ ଦିନ ଧରି ଦେଶର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମହାମାରୀ କରୋନା ସଚେତନତା ସହ ବିଭିନ୍ନ ସ୍ଥାନରେ ଗରିବ ,ଅସହାୟ, ପାଗଳା,ପାଗିଳି ମାନଙ୍କୁ ମାକ୍ସ, ସାବୁନ, ସାନିଟାଇଜର,ହ୍ୟାଣ୍ଡ ଗ୍ଲୋବସ, ଓ.ଆର.ଏସ, ରାସନ ସାମଗ୍ରୀ,ରନ୍ଧା ଓ ଶୁଖିଲା ଖାଦ୍ୟ, ବସ୍ତ୍ର ଆଦି ବଣ୍ଟନ ସହ ଆର୍ଥିକ ସହାୟତା ଯୋଗାଇଥିବାର ଦେଖିବାକୁ ମିଳିଛି । ଏହି ଅବସରରେ ୫୭୨ ତମ ଦିବସରୁ ୫୭୪ ତମ ଦିବସ ପର୍ଯ୍ୟନ୍ତ ତିନି ଦିନ ଧରି ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନ ମାନଙ୍କରେ ସେବା କାର୍ଯ୍ୟ ସହ କରୋନା ସଚେତନତା କରାଯାଇଥିବାର ଦେଖିବାକୁ ମିଳିଛି । ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ପରାମର୍ଶ କ୍ରମେ କାର୍ଯ୍ୟକ୍ରମର ସଂଯୋଜକ ମାଷ୍ଟର ମିହୀର କୁମାରଙ୍କ ନେତୃତ୍ୱରେ ଫାଉଣ୍ଡେସନର କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକୁ ଚାଲୁ ରଖିଛନ୍ତି ବୋଲି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

Exit mobile version