Site icon Awaj Media

ବିଚାର ବିଭାଗ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କର ବନ୍ଧୁମିଳନ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସହର କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ଆଜି ଢେଙ୍କାନାଳ ଜିଲ୍ଲା ବିଚାର ବିଭାଗର ଅବସରପ୍ରାପ୍ତ କର୍ମଚାରୀ ମାନଙ୍କର ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ବିଚାର ବିଭାଗର ସମସ୍ତ ଅବସରପ୍ରାପ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଭାବ ଆଦାନ ପ୍ରଦାନ କରିବା ସହିତ ବହୁ ସମସ୍ୟା ଉପରେ ଆଲୋକପାତ କରିଥିଲେ ଏବଂ ଆସନ୍ତା ଜାନୁୟାରୀ ମାସରେ ଏହିପରି ଏକ ବନ୍ଧୁ ମିଳନ ଆୟୋଜନ ପାଇଁ ମତାମତ ଦେଇଥିଲେ । ଉକ୍ତ ବନ୍ଧୁ ମିଳନ ରେ ଦିବଂଗତ ବନ୍ଧୁ ମାନଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ବୈଠରେ ସଭାପତି ନୃସିଂହଁ ଚରଣ ମହାପାତ୍ର, କୁଳମଣି ମଙ୍ଗରାଜ, ଯୁଗଳ କିଶୋର ସାହୁ, ତରୁଣ କୁମାର ବିଶ୍ୱାଳ , ରବି ନାରାୟଣ ମହାନ୍ତି ଏବଂ ପ୍ରହ୍ଲାଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version