ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହଯୋଗୀ ଏବଂ ଡ୍ରାଇଭରଙ୍କ ଘର ସମେତ ୧୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ । ଦୀର୍ଘ ୨୩ ଘଣ୍ଟାର ମାରାଥନ ରେଡ ପରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ବେନାମୀ ସମ୍ପତ୍ତି ଜବତ ହୋଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା . ଭୁବନେଶ୍ବର ସରକାରୀ ବାସଭବନ ସମେତ ପୈତୃକ ଘରେ ଚଢାଉ ପରେ ପାଖାପାଖି ଦେଢ଼ କିଲୋ ଓଜନର ସୁନା ଜବତ ହୋଇଥିବାର ଜଣାଯାଇଛି l ପ୍ରଦୀପଙ୍କ ସହଯୋଗୀ ସର୍ବେଶ୍ୱର ରାଓଙ୍କୁ ପଚରାଉଚରା କରିଛି ଭିଜିଲାନ୍ସ ଟିମ । ଚଢ଼ାଉରେ ଭିଜିଲାନ୍ସ ସେଲ୍ର ୨ ଜଣ ଅତିରିକ୍ତ ଏସପି ଏବଂ ୧୭ ଜଣ ଡ଼ିଏସପି ସାମିଲ ଥିଲେ । ବିଭାଗ ତରଫରୁ ପ୍ରଦୀପ ପାଣିଗ୍ରାହୀଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରିବା ସହ ସମ୍ପତ୍ତି ବାଜ୍ୟାପ୍ତି କରିବା ନେଇ ନେଇ ପ୍ରକ୍ରିୟା ଜାରି ରହିଛି ।
ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ଦେଢ଼ କିଲୋ ସୁନା ଜବତ କଲା ଭିଜିଲାନ୍ସ !!!

