Site icon Awaj Media

ନୟାଗଡରେ ବିଜେଡି ମୁଁହା ହୋଇଛନ୍ତି ବିଜେପି ଓ କଂଗ୍ରେସ ନେତା !

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ . ନୟାଗଡ ଜିଲ୍ଲାରେ କ୍ଲିନ ସୁଇପ ଲକ୍ଷରେ ବିଜୁ ଜନତା ଦଳ . ନିର୍ବାଚନ ମଣ୍ଡଳୀ କୁ ବିରୋଧି ଶୂନ୍ୟ ଲକ୍ଷ୍ୟରେ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ । ପଞ୍ଚାୟତ ନିର୍ବାଚନ ପାଇଁ ନୟାଗଡ଼ ଜିଲ୍ଲା ରେ ରାଜନୈତିକ ଉଷ୍ମତା ଲାଗି ରହିଛି। ବିଜେପି ଏବଂ କଂଗ୍ରେସ ଦଳ ଛାଡି ନେତା ଓ କର୍ମୀମାନେ ବିଜେଡି ଦଳରେ ମିଶୁଥିବା ଦେଖିବାକୁ ମିଳୁଛି । ନୟାଗଡ଼ ବିଜେଡି ପାର୍ଟି ଅଫିସରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଇଟାମାଟି ପଞ୍ଚାୟତ ର ଶତାଧିକ ବିଜେପି ଏବଂ କଂଗ୍ରେସ କର୍ମୀ ବିଜେଡି ରେ ସାମିଲ ହୋଇଛନ୍ତି । ବିଧାୟକ ଡ. ଅରୁଣ କୁମାର ସାହୁ ଙ୍କ ଉପସ୍ଥିତି ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ରେ ଅନୁପ୍ରାଣିତ ଏବଂ ବିଧାୟକ ଙ୍କ କାର୍ଯ୍ୟକଳାପ ରେ ସନ୍ତୁଷ୍ଟ ହୋଇ ବିଜେଡି ରେ ସାମିଲ ହୋଇଥିବା ନେତା ଏବଂ କର୍ମୀମାନେ ପ୍ରକାଶ କରିଛନ୍ତି । ତେବେ ବିଭିନ୍ନ ଦଳରୁ ନେତା ମାନଙ୍କୁ ଅନେକ ପ୍ରତିଶ୍ରୁତି ଦେଇ ନିଜ ଦଳକୁ ଆଣୁଥିବା ବିଧାୟକ ଆଗାମୀ ନିର୍ବାଚନରେ କେମିତି ସନ୍ତୁଷ୍ଟ କରିବେ ତାହା ଏବେ ବଡ ପ୍ରଶ୍ନ ???

Exit mobile version